Pratidin TV

Odisha's Digital News Platform

କେମିତିକା ନିର୍ଦ୍ଦୟୀ ମା ? ଟଏଲେଟରେ ନିଜ ନବଜାତ ଶିଶୁକୁ ଫିଙ୍ଗି ଚାଲିଗଲା ।

1 min read

ନବଜାତ ଶିଶୁ ମୃତ୍ୟୁର ହବ୍ ପାଲଟିଛି ଓଡିଶା । କେବେ ରାସ୍ତା କଡରେ କେବେ ବୁଦା ମୂଳରେ ପୁଣି କେବେ ଟଏଲେଟରୁ ମିଳୁଛି ନିର୍ଦ୍ଦୋଶ ନିଷ୍ପାପ ଛୁଆଙ୍କ ମୃତଦେହ । ଏମିତି କିଛି ଅଭାବନୀୟ ଘଟଣା ପୁଣି ଯାଜପୁର ରୋଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରୁ ସାମ୍ନାକୁ ଆସିଛିା ଯାହାକୁ ଆପଣ ନିଜ ଆଖିରେ ଦେଖିଲେ ଆପଣଙ୍କ ପୁରା ଶରୀର ଥରି ଉଠିବ ।

ଆଜିର ଶିକ୍ଷିତ ସମାଜ ରେ ଯାଜପୁରରୋଡ ଭଳି ଶିଳ୍ପ ସମୃଦ୍ଧ ଗୋଷ୍ଟି ଅଞ୍ଚଳ ରେ ଏଭଳି ଘଟଣା ଲୋକଙ୍କ ମନକୁ ଦୋହଲାଇ ଦେଇଛି । ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଟଏଲେଟରେ ଭିତରେ ଏକ ମୃତ ନବଜାତ ଶିଶୁକୁ ଦେଖି ମେଡିକାଲ କର୍ତ୍ତୃପକ୍ଷ ତାଯୁବ୍ ହୋଇଛନ୍ତି। କିଭଳି ଏହି ଘଟଣା ଘଟିଲା ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ନିନ୍ଦନୀୟ ଘଟଣା ସଂପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ରେ ଦାବି ଉଠିଛି ।

Advertisement

ଏମିତି କିଛି ହିନ ମାନସିକତା ଲୋକଙ୍କ ପାଇଁ ଆଜି ନବଜାତ ଶିଶୁଙ୍କ ଜୀବନ ଅକାଳରେ ଯିବାର ଲାଗିଛି। କିଏ ପିଲା ଟିଏ ପାଇଁ ବ୍ୟାକୁଳ ହେଉଛି ତ ଅନ୍ୟକେହି ଦେହର ଭୋକ ମେଣ୍ଟଇବାକୁ ଯାଇ ଭୁଲ ନିଷ୍ପତି ଆପଣେଊଛି । ଟିକିଏ ଖୁସି ପାଇଁ ଏଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି।

Leave a Reply

Your email address will not be published. Required fields are marked *