Pratidin TV

Odisha's Digital News Platform

ଶଙ୍ଖ ଭବନରେ ଆରମ୍ଭ ହେଲା ପ୍ରଶିକ୍ଷଣ ଶିବିର , ତାଲିମ ନେବେ ନବ-ନିର୍ବାଚିତ ବିଜେଡ଼ି ବିଧାୟକ..

1 min read

ଆରମ୍ଭ ହେଲା ବିଜେଡିର ପ୍ରଶିକ୍ଷଣ ଶିବିର । ଆଜି ତାଲିମ ନେଉଛନ୍ତି ବିଜେଡିର ନବ-ନିର୍ବାଚିତ ବିଧାୟକ । ଶଙ୍ଖ ଭବନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଛି ।ବିଜେଡିର ନବ ନିର୍ବାଚିତ ବିଧାୟକଙ୍କୁ ତାଲିମ ଦେବେ ପୁରୁଣା ବିଧାୟକ । ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ନବ ନିର୍ବାଚିତ ୧୮ ବିଜେଡି ସହ ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ମଧ୍ୟ ତାଲିମ ନେବେ । ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ । ଗତ ୧୭ ଓ ୧୮ ତାରିଖରେ ବିଧାନସଭାରେ ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଯାହାକୁ କଂଗ୍ରେସ ଓ ବିଜେଡି ବୟକଟ୍ କରିଥିଲେ । ଉଭୟ ଦଳ ଏହି ପ୍ରଶିକ୍ଷିଣ ଶିବିରରେ ଯୋଗ ଦେଇ ନଥିଲେ ।

Advertisement

Leave a Reply

Your email address will not be published. Required fields are marked *