Pratidin TV

Odisha's Digital News Platform

ପାକିସ୍ତାନ ଯିବାକୁ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲେ ଶେହବାଜ ..

1 min read

ରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପଠାଇଲା ନିମନ୍ତ୍ରଣ। କାଉନସିଲ ଅଫ ହେଡସ ଅଫ ସରକାରୀ  ବୈଠକରେ ଯୋଗ ଦେବାକୁ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ନିମନ୍ତ୍ରଣ କରିଛି। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ଚାଇନା ଯୋଗଦେବାର ଆଶା ରହିଛି। ଏଥିରେ ଯୋଗଦେବାକୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ହେଲେ ଏଯାଏ ପାକିସ୍ତାନର  ନିମନ୍ତ୍ରଣ ଗ୍ରହଣ କରିନାହାନ୍ତି ନରେନ୍ଦ୍ର ମୋଦି ।

ଯଦି ସେ ଏହାକୁ ଗ୍ରହଣ କରନ୍ତି ତେବେ ସେ ଏଥିରେ ଭାଗ ନେବାକୁ ଯିବେ ବୋଲି ଆଶା କରାଯାଉ ନାହିଁ। ମୋଦି ଏହି ବୈଠକ ପାଇଁ ଜଣେ ଭାରତୀୟ ପ୍ରତିନିଧୀଙ୍କୁ ପଠାଇବେ ନା ଏହି ବୈଠକକୁ ବୟକଟ କରିବେ ତା’ ନେଇ ଚର୍ଚ୍ଚା ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାରତ କେବଳ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପାକିସ୍ତାନରେ ହେବାକୁ ଥିବା ସିଏଚଜି ବେଠକରେ ଯୋଗଦେବାକୁ ପଠାଯାଇପାରେ। କିନ୍ତୁ ସେ ପାକିସ୍ତାନ ଯିବା ପରିବର୍ତ୍ତେ ଏହାକୁ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଜମ୍ମୁ-କଶ୍ମୀରରେ କିଛି ସମୟ ଧରି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ତିକ୍ତ ହୋଇପଡ଼ିଛି । ତେବେ ଦେଖିବାକୁ ବାକି ରହିଲା ପ୍ରଧାନମନ୍ତ୍ରୀ ପାକିସ୍ତାନ ଯିବେ ନାଁ ନାହିଁ ।

Leave a Reply

Your email address will not be published. Required fields are marked *