ଜଣାପଡିଲା : ଏହି କାରଣ ପାଇଁ ହାର୍ଦ୍ଦିକଙ୍କୁ ଛାଡପତ୍ର ଦେଇଥିଲେ ନତାଶା ..
1 min readଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାରେ ରହିଥିଲା । ଏବେ ସେମାନଙ୍କ ବିଚ୍ଛେଦ ମଧ୍ୟ କିଛିଦିନ ହେବ ଚର୍ଚ୍ଚାରେ ରହିଛି ।କାରଣ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ପୂର୍ବ ପତ୍ନୀ ନତାଶା । ଦୁହେଁ ଏବେ ଅଲଗା ହୋଇଯାଇଛନ୍ତି।ଉଭୟ କିଛି ଦିନ ତଳେ ନିଜର ଛାଡପତ୍ରକୁ ନେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଥିଲେ। ତେବେ ଦୁହେଁ କାହିଁକି ଅଲଗା ହୋଇଥିଲେ ? କାହିଁକି ଭାଙ୍ଗିଗଲା ଦୁହିଁଙ୍କ ସମ୍ପର୍କ ? ଏମିତି କଣ ହେଲା ନେଇଥିଲେ ଏପରି ନିଷ୍ପତ୍ତି । ଏପରି ଅନେକ ପ୍ରଶ୍ନ ଥିଲା ସମସ୍ତଙ୍କ ମନରେ । ତେବେ ଏହାରି ମଧ୍ୟରେ
ଛାଡପତ୍ରର ପ୍ରକୃତ କାରଣ ସାମ୍ନାକୁ ଆସିଛି । ଦୁହେଁ କାହିଁକି ସେମାନଙ୍କ ୪ ବର୍ଷର ବିବାହକୁ ଶେଷ କରିଥିଲେ। କୁହାଯାଉଛି ଯେ, “ହାର୍ଦ୍ଦିକଙ୍କର ଟିକେ ଲୋକ ଦେଖାଣିଆ ଗୁଣ ଥିଲା ଏବଂ ସେ ନିଜ ଭିତରେ ସବୁବେଳେ ରହୁଥିଲେ। ପ୍ରଥମେ ପ୍ରଥମେ ହାର୍ଦ୍ଦିକ ବଦଳିଯିବେ ବୋଲି ଭାବି ନତାଶା ତାଙ୍କ କାମକୁ ଅଣଦେଖା କରୁଥିଲେ। ହେଲେ ସମୟ ବିତିବା ପରେ ବି ହାର୍ଦ୍ଦିକ ବଦଳିନଥିଲେ। ୪ବର୍ଷ ଭିତରେ ଅଭିନେତ୍ରୀ ହୃଦୟଙ୍ଗମ କଲେ ଯେ ମଣିଷ ଭାବରେ ଦୁହିଁଙ୍କ ମଧ୍ୟରେ ବହୁତ ଅଧିକ ପାର୍ଥକ୍ୟ ଅଛି। ନତାଶା ତାଙ୍କ ବ୍ୟକ୍ତିତ୍ୱକୁ ହାର୍ଦ୍ଦିକଙ୍କ ସହିତ ମିଶାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ହୋଇପାରିନଥିଲେ। ତାଙ୍କ ଆଚରଣରେ ନତାଶା ବିରକ୍ତ ହୋଇଯାଇଥିଲେ। ତାଙ୍କ ସହ ଅସହଜ ଅନୁଭବ କରିବାକୁ ଲାଗିଲେ। ଏହା ପରେ ୪ବର୍ଷ ସମ୍ପର୍କ ସମ୍ଭାଳିବାକୁ ଚେଷ୍ଟା କରି କରି ଥକି ଯାଇଥିଲେ। ପରେ ଶେଷରେ ସେ ଛାଡ଼ପତ୍ର ନେବାର ନିଷ୍ପତ୍ତି ନେଲେ। ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକଙ୍କ ଛାଡପତ୍ର ପରେ ନତାଶା ପୁଅ ସହିତ ସର୍ବିଆକୁ ଯାଇଛନ୍ତି। କିନ୍ତୁ ଛାଡପତ୍ର ନିଷ୍ପତ୍ତି ଉପରେ ପୁନର୍ବିଚାର କରିଥିଲେ। କିନ୍ତୁ ହାର୍ଦ୍ଦିକରେ କୌଣସି ପରିବର୍ତ୍ତନ ହୋଇନଥିଲା, ତେଣୁ ଅଭିନେତ୍ରୀ ତାଙ୍କର ଅଲଗା ହେବାର ନିଷ୍ପତ୍ତି ନିଶ୍ଚିତ କରିଥିଲେ। ଏହା ନତାଶାଙ୍କ ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା ।