Pratidin TV

Odisha's Digital News Platform

ଠକିଦେଲା ବିଲ୍ଡର , ମୋରିଆ ରେସିଡେନ୍ସି କିଣି ହନ୍ତସନ୍ତ ହେଉଛନ୍ତି ଲୋକେ ।

1 min read

କୌଣସି ଆପାର୍ଟମେଣ୍ଟ କିଣିବା ପୂର୍ବରୁ ରୁହନ୍ତୁ ସାବଧାନ ! ନହେଲେ ଆପଣ ବି ହୋଇପାରନ୍ତି ଉପରି ଠକାମୀର ଶିକାର ।
ସମ୍ବଲପୁର ସିଂହପାଲି ରୋଡ ସ୍ଥିତ ମୋରିଆ ରେସିଡେନ୍ସି ବିଲଡର ଘର ବିକ୍ରି କରି ଠକେଇ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରେସିଡେନ୍ସି ବାସିନ୍ଦା । ମୋରିଆ ରେସିଡେନ୍ସି ବାସିନ୍ଦା ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛନ୍ତି ଯେ ୨୦୧୭ ରୁ ମୋରିଆ ରେସିଡେନ୍ସି ବିଲଡର ଘର ବିକ୍ରି କରିବା ପରେ କୌଣସି ମେଣ୍ଟେନେସ କାମ କରୁନାହାନ୍ତି କି ଆପମେଣ୍ଟ ବାସିନ୍ଦା ଙ୍କୁ ମାଲିକାନା ଦେଉ ନାହାନ୍ତି ।

ମୋରିଆ ରେସିଡେନ୍ସି ରେ ସବୁବେଳେ ପିଇବା ପାଣି, ଡ୍ରେନେଜ ସମସ୍ୟା, ଘର କାନ୍ଥ ମରାମତି, ଛାତରୁ ପାଣି ଲିକେଚ ହେଉଥିବା ବେଳେ ବିଲଡର କୌଣସି ସମସ୍ୟା କଥା ବୁଝୁନାହାନ୍ତି । କୌଣସି ମରାମତି କାମ ହେଲେ ସେଠାରେ ରହୁଥିବା ବାସିନ୍ଦା ନିଜ ଖର୍ଚ୍ଚରେ କରୁଛନ୍ତି କ୍ଷ ତାହାସହ ସରକାରୀ ଜମି କୁ ହଡପ କରି ରେସିଡେନ୍ସି ର ବାହାର ପାଚେରୀ ନିର୍ମାଣ କରିଥିବା ମଧ୍ୟ ରେସିଡେନ୍ସି ରେ ରହୁଥିବା ଲୋକେ କହିଛନ୍ତି । ଏଗ୍ରିମେଣ୍ଟରେ ଘର ର ସମସ୍ତ ସୁବିଧା ବିଲଡର ପକ୍ଷରୁ କରାଯିବାର ଉଲ୍ଲେଖ ମଧ୍ୟ ରହିଛି । ରେସିଡେନ୍ସି ଟି ସିର୍ଦ୍ଧି ବିନାୟକ ବିଲଡର କରିଥିବା ବେଳେ ଏହାର ମାଲିକାନାରେ ୫ ଜଣ ରହିଛନ୍ତି ।

Advertisement

ଏହି ସବୁ ସମସ୍ୟାର ସମାଧାନ ପାଇଁ ରେସିଡେନ୍ସି ର ଲୋକେ ମାଲିକ ପାଖକୁ ବାରମ୍ବାର ଦୌଡ଼ିଲେ ମଧ୍ୟ ଶୁଣୁନଥିବା ସହ ଓଲଟା ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ବିଲଡର ବିରୋଧରେ କାର‌୍ୟ୍ୟନୁଷ୍ଠାନ ନେବା ପାଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ତ ମଧ୍ୟ ହୋଇଥିଲେ ରେସିଡେନ୍ସି ବାସିନ୍ଦା । ହେଲେ କୌଣସି ସୁଫଳ ମିଳିନଥିବା କହିଛନ୍ତି ରେସିଡେନ୍ସି ବାସିନ୍ଦା । ତେବେ ଆଗାମୀ ଦିନରେ ବିଲଡର କୌଣସି ହସ୍ତକ୍ଷେପ ନକଲେ କୋଟ ଦ୍ବାରସ୍ତ ହୋଇ ଆଇନ ର ସାହାରା ନେବେ ବୋଲି ରେସିଡେନ୍ସି ବାସିନ୍ଦା କହିଛନ୍ତି ।

Leave a Reply

Your email address will not be published. Required fields are marked *