କାର ଭିତରେ ପିନ୍ଧିବାକୁ ପଡିବ ହେଲମେଟ୍ , ନହେଲେ ଗଣିବେ ଜୋରିମାନା ।
1 min readଆଜ୍ଞା ହଁ ଆମେ ମିଛ କହୁନାହୁଁ ବର୍ତ୍ତମାନ ଏମିତି କିଛି ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପାରେ । କାହିଁକି ନା ଏବେ କାର୍ ଚାଳକମାନଙ୍କୁ ଗାଡି ଭିତରେ ହେଲମେଟ୍ ପିନ୍ଧିବାକୁ ପଡିବ । ଯଦି ସେମାନେ ଏପରି ନକରନ୍ତି ତେବେ ତାଙ୍କୁ ଜୋରିମାନା ଭରିବାକୁ ପଡିବ । ନିକଟରେ କିଛି ଏଭଳି ଘଟଣା ଘଟିଛି ଜଣେ ସାମ୍ବାଦିକଙ୍କ ସହ । ଯେତେବେଳେ କି ସେ ନିଜ ହୁଣ୍ଡାଇ କାର୍ରେ ଯାଉଥିଲେ ଆଉ ତାଙ୍କ ସିଟ୍ ବେଲ୍ଟ ମଧ୍ୟ ବନ୍ଧା ହୋଇଥିଲା । ତଥାପି ତାଙ୍କୁ ଫାଇନ୍ ଦେବାକୁ ପଡିଲା । ଏ ପରି ଏକ ବିଚିତ୍ର ଘଟଣା ଘଟିଛି ଉତ୍ତରପ୍ରଦେଶର ଜଣେ ସାମ୍ବାଦିକଙ୍କ ସହ । ନଅ ମାସ ପୂର୍ବେ, ରାମପୁରଠାରୁ ୧୮୮ କିଲୋମିଟର ଦୂରରେ ଥିବା ଗୌତମ ବୁଦ୍ଧ ନଗରରେ ତୁଷାର ସାକ୍ସେନା ନାମକ ଜଣେ ସାମ୍ବାଦିକଙ୍କଠାରୁ ପୋଲିସ ହଜାରେ ଟଙ୍କା ଜରିମାନା ଆଦାୟ କରିଥିଲା ।
ପ୍ରଥମେ ସେ ଏହାକୁ ଏକ ଭୁଲ ଭାବି ଅଣଦେଖା କରୁଥିଲେ । କିନ୍ତୁ ପରେ ବହୁତ୍ ମେଲ୍ ଆସିବାରୁ ସେ ଏହାକୁ ନେଇ ଅଭିଯୋଗ କରିଛନ୍ତି । ସାମ୍ବାଦିକଙ୍କ କହିବା ଅନୁସାରେ, ସେ କେବେବି ନିଜ କାରକୁ ଘଉଜ ଅଞ୍ଚଳରେ ଚଳାଇ ନାହାଁନ୍ତି । ଏହା ଛଡ଼ା କାରରେ ଭିତରେ ବି ହେଲମେଟ୍ର କି ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଯଦି ସେ ଉକ୍ତ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୈଠ ନକରନ୍ତି ତେବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ପୋଲିସ ଚେତାବନୀ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ତେବେ ଏଭଳି ଆଶ୍ଚର୍ଯ୍ୟକର ଖବର ପ୍ରଥମ ନୁହଁ ଏହା ପୂର୍ବରୁ ମଧ୍ୟ ଏମିତି ଘଟଣା ଘଟିସାରିଛି । ୨୦୧୭ ମସିହାରେ ରାଜସ୍ଥାନର ଭରତପୁରରେ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ନିଜ କାର୍ରେ ହେଲମେଟ୍ ନପିନ୍ଧିବାରୁ ଭୁଲରେ ଜୋରିମାନା ହୋଇଥିଲା । ପୀଡ଼ିତଙ୍କ ନାମ ବିଷ୍ଣୁ ଶର୍ମା ଥିଲା ।