Pratidin TV

Odisha's Digital News Platform

ସୁଭଦ୍ରା ଯୋଜନା ପାଇଁ କିଏ ଯୋଗ୍ୟ କିଏ ଅଯୋଗ୍ୟ ?

1 min read

ରାଜ୍ୟବାସୀଙ୍କ ପାଇଁ ଆସିଲା ବଡ ଖବର । ସୁଭଦ୍ରା ଯୋଜନାର ଏସଓପିକୁ କ୍ୟାବେନେଟ୍ ମଞ୍ଜୁରୀ ପରେ ଆଜି ଏହାର ଗାଇଡ୍‌ଲାଇନ୍ ଜାରି ହୋଇଛି । ଆଜି ମହିଳାଓ ଶିଶୁ ବିକାଶ ପକ୍ଷରୁ ଜାରି ହୋଇଛି ଗାଇଡଲାନ୍ । ୨୧ ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆଦେନ କରିପାରିବେ । ତେବେ ଅବେଦନ କାରୀଙ୍କ ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ ।
ତେବେ ଏହି ଯୋଜନା ଚଳିତ ଆର୍ଥିକ ବର୍ଷରୁ ଲାଗୁହେବାକୁ ଯାଉଛି । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ ୫୦ ହଜାରର ନଗଦ ରାଶି । ବର୍ଷକୁ ୨ଟି ଲେଖାଏଁ କିସ୍ତିରେ ମିଳିବ ଏହି ଟଙ୍କା । ଗୋଟେ ରାକ୍ଷୀ ପୂଣ୍ର୍ଣ୍ରିମା ଅନ୍ୟଟି ୱେମେନ୍ସ ଡେ ( ମହିଳା ଦିବସରେ ) । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ ୫୦ ହଜାରର ନଗଦ ରାଶି । ୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏହି ଯୋଜନା ।

Advertisement

ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ –
୧- ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବା ଆବଶ୍ୟକ ।
୨- ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ଆବେଦନ କାରୀଙ୍କ ବୟସ ଯୋଗ୍ୟତା ତାରିଖ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଉଚିତ୍ ।
୩- ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖରୁ ତାଙ୍କ ବୟସ ଗଣନା ପାଇଁ ଅନ୍ତିମ ତାରିଖ ଭାବେ ଗ୍ରହଣ କରାଯିବ ।
୪- ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ତା ୧.୦୭.୨୪ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତାଠରୁ ଅଧିକ ଏବଂ ୬୦ ବର୍ହରୁ କମ୍ ହେବା ଆବଶ୍ୟକ । ତେଣୁ ଆବେଦନ କାରୀଙ୍କ ଜନ୍ମ ତାରିଖ ୨.୦୭.୧୯୬୪ ପୂର୍ବରୁ କିମ୍ବା ୧,୦୭.୨୦୦୩ ଭିତରେ ହେବା ଉଚିତ୍ । ପରବର୍ତ୍ତୀ ବର୍ଷଗୁପିକ ପାଇଁ ଯୋଗ୍ୟତା ତାରିଖ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ ।

ଏମାନେ ପାଇବେନି ସୁଭଦ୍ରା ସହାୟତା
-୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ।
-ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ପାଇବେନି ।
-ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ପାଇବେନି ।
-ଆୟକର ଦେଉଥିଲେ ପାଇବେନି ସୁଭଦ୍ରା ସହାୟତା ।
-ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି ।
-କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନ୍ସନ୍ ପାଉଥିଲେ ମିଳିବନି
-ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ

ହିତାଧିକାରୀଙ୍କ ଚିହ୍ନଟ-

ସୁଭଦ୍ରା ଯୋଜନା ଲାଭ ପାଇବା ପାଇଁ ଆବଶ୍ୟକ-

Leave a Reply

Your email address will not be published. Required fields are marked *