କାହିଁକି କଙ୍ଗନାଙ୍କୁ ନାହିଁ ଦଳର ନୀତିଗତ ପ୍ରସଙ୍ଗରେ ବୟାନ ଦେବାକୁ ଅନୁମତି ?
1 min readସେ ଫିଲ୍ମ୍ ହେଉ ଅବା ନିଜ ବୟାନ ସବୁ ଥିରେ ନିଜର ଦବଙ୍ଗ ଅନ୍ଦାଜରେ ନିଜର ସାଂସଦ ତଥା ବଲିଉଡ୍ କୁଇନ୍ କଙ୍ଗନା ରାନାୱତ । ସେ ଯେ କୌଣସି ବିଷୟ ହେଉନା କାହିଁକି ଖୋଲାଖୋଲି ଭାବେ ନିଜ ମତ ଉପସ୍ଥାପନ କରାନ୍ତି । ସର୍ବଦା ନିଜ ବିବାଦୀୟ ମନ୍ତବ୍ୟ ଦେଇ ଵିଵାବଦରେ ଥାନ୍ତି କଙ୍ଗନା । ହେଲେ କେବେବି ନିଜ ପାଟି ଚୁପ ରଖିନଥାନ୍ତି କଙ୍ଗନା । ତେବେ ଏହାରି ମଧ୍ୟରେ ବିଜେପି ତାଙ୍କ ପାଟିରେ ତାଲା ପକାଇଦେଇଛି । ନିକଟରେ ବିଜେପି ସାଂସଦ କଙ୍ଗନା ରାନାୱତ ଏକ ସାକ୍ଷାତକାରରେ କୃଷକଙ୍କ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିରୋଧୀ ଦଳ ଭାଜପାକୁ ତୀବ୍ର ଟାର୍ଗେଟ କରି କଙ୍ଗନା ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ବଢୁଥିବା ବିବାଦକୁ ଦେଖି ବର୍ତ୍ତମାନ ଭାଜପା ଏକ ଅଧିକାରୀଙ୍କ ବିବୃତ୍ତି ଜାରି କରି କଙ୍ଗନା ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ଭବିଷ୍ୟତରେ କୌଣସି ବିବୃତ୍ତି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ ଯଦି ଆମର ଶୀର୍ଷ ନେତୃତ୍ୱ ମଜବୁତ ନ ରହିଥାନ୍ତା ତେବେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବକୁ ମଧ୍ୟ ବାଂଲାଦେଶରେ ପରିଣତ କରି ଦେଇଥାନ୍ତେ। କଙ୍ଗନାଙ୍କ ଏହି ବୟାନ ଉପରେ ବିରୋଧୀ ଲଗାତାର ସରକାରଙ୍କୁ ଘେରିଛନ୍ତି। କଙ୍ଗନାଙ୍କ ବିବାଦୀୟ ବିବୃତ୍ତି ଉପରେ ଭାଜପାର କେନ୍ଦ୍ରୀୟ ମିଡିଆ ଟିମ୍ ପକ୍ଷରୁ କୁହାଯାଇଛି, “କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଭାଜପା ଏମପି କଙ୍ଗନା ରାନାୱତ ଦେଇଥିବା ବିବୃତ୍ତି ଦଳର ମତ ନୁହେଁ। ଭାରତୀୟ ଜନତା ପାର୍ଟି କଙ୍ଗନା ରାନାୱତଙ୍କ ବିବୃତ୍ତିରେ ଅସହାମତି ବ୍ୟକ୍ତ କରୁଛି। ଦଳ ପକ୍ଷରୁ ନୀତି ଉପରେ କହିବାକୁ ପାର୍ଟିର ପ୍ରସଙ୍ଗଗୁଡ଼ିକ କଙ୍ଗନା ରାଣାଉତଙ୍କୁ ଏପରି ବିବୃତ୍ତି ଦେବାକୁ ଅନୁମତି ଦିଆଯାଇ ନାହିଁ କିମ୍ବା ଭବିଷ୍ୟତରେ କୌଣସି ବିବୃତ୍ତି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।