ମୋଦିଙ୍କୁ ଭେଟିବାକୁ ଜେଲେନେସ୍କି ପିନ୍ଧିଥିଲେ ସ୍ବତନ୍ତ୍ର ଟି-ସାର୍ଟ , ଜାଣନ୍ତୁ ତାହାର ବିଶେଷ୍ୱତ
1 min readପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ରହିଥିଲା ପୁରା ବିଶ୍ବର ନଜର । ୟୁକ୍ରେନରେ ପହଞ୍ଚି ଯୁଦ୍ଧଗ୍ରସ୍ତ ଦେଶକୁ ଶାନ୍ତି ଓ ସମାଧାନର ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମୋଦିଙ୍କୁ ଭେଟିବାକୁ ପିନ୍ଧିଥିଲେ ସ୍ୱତନ୍ତ୍ର ସାର୍ଟ । ସେହି ସାର୍ଟରେ ଏକ ବିଶେଷ ପ୍ରକାରର ଲୋଗୋ ଥିଲା । ବାସ୍ତବରେ ଏହା ୟୁକ୍ରେନର ପ୍ରତୀକ । ଯାହାକୁ ୟୁକ୍ରେନର କୋଟ୍ ଅଫ୍ ଆର୍ମସ୍ ମଧ୍ୟ କୁହାଯାଏ । ଏହାକୁ ୟୁକ୍ରେନର ଟ୍ରାଇଜୁବ ମଧ୍ୟ କୁହାଯାଏ । ଯେତେବେଳେ ଏକ ନୀଳ ରଙ୍ଗର ପୃଷ୍ଠଭୂମିରେ ଏକ ତ୍ରିଶୂଳ ରହିଥାଏ, ସେତେବେଳେ ଏହାକୁ ଏକ ୟୁକ୍ରେନ୍ ପାରାମିଲିଟାରୀ ସଂଗଠନର ପ୍ରତୀକ ଭାବେ ବିବେଚନା କରାଯାଏ । ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ତାଙ୍କ ଦେଶର ସୈନିକ ମାନଙ୍କ ଆତ୍ମବିଶ୍ବାସ ବଢାଇବା ପାଇଁ ଏହି ପ୍ରତୀକ ସହିତ ଏକ ସାର୍ଟ ପିନ୍ଧିଥିଲେ ବୋଲି ବିଶ୍ବାସ କରାଯାଉଛି ।