Pratidin TV

Odisha's Digital News Platform

ଅସୁସ୍ଥ ହେଲେ ‘କିଙ୍ଗଖାନ୍‌’ : ପଠାନ୍ ବିବାଦ ପରେ ବଡ ରୋଗରେ ଶାହରୁଖ୍ ..

1 min read

ମୁମ୍ବାଇ : କେଉଁ ରୋଗ ସହ ଲଢୁଛନ୍ତି ଶାହରୁଖ୍ ? ବର୍ତ୍ତମାନ ବାଦ୍‌ଶାହ ଚିନ୍ତା ଘାରିଛି ସଭିଙ୍କୁ । ନିଜର ଆଗାମୀ ଚଳଚ୍ଚିତ୍ର ପଠାନ୍‌କୁ ନେଇ ଲାଇମ୍ ଲାଇଟ୍‌ରେ ରହୁଥିବା କିଙ୍ଗଖାନ ନେଇ ଆସିଛି ଏପରି ଦୁଃଖ ଖବର । ବୟକଟ୍ ଟ୍ରେଣ୍ଡ ପରେ ବି ଭାଙ୍ଗିନାହାନ୍ତି ଶାହରୁଖ୍ । ଫିଲ୍ମକୁ ନେଇ ବେଶ୍ କନଫିଡେଣ୍ଟ ଅଛନ୍ତି ଆମ ଖାନସାହାବ୍ ।

ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଶାହରୁଖ ନିଜ ପ୍ରଶଂସକଙ୍କ ପାଇଁ ‘ask me anything’ ର ସେସନରେ ନିଜ ବ୍ୟାକ୍ତିଗତ ଜୀବନର କିଛି ଅଫ୍‌ଡେଟ୍ ଦେଇଥିଲେ । ଯେଉଁଥିରେ ଶାହରୁଖ୍ ଏକ ବଡ ଖୁଲାସା କରିଥିଲେ । ସେ ନିଜ ପ୍ରଶଂସକମାନଙ୍କୁ କହିଥିଲେ ଯେ ବର୍ତ୍ତମାନ ମୁଁ ଏକ ବଡ ରୋଗର ଶିକାର ହୋଇଛି । ଯାହାପାଇଁ ମତେ ବର୍ତ୍ତମାନ ଖାଲି ‘ଭାତ ଓ ଡାଲି’ ଖାଇବାକୁ ପଡୁଛି । ଏହାଛଡା ମତେ ଆଉକିଛି ଖାଇବା ପାଇଁ ଡାକ୍ତର ବାରଣ କରିଛନ୍ତି । ଏହାସହ ଡାକ୍ତର ମତେ ଏକ ସ୍ୱତନ୍ତ୍ର ଡାଏଟ୍ ମଧ୍ୟ ଫଲୋ କରିବାକୁ କହିଛନ୍ତି ।

Advertisement

ଏସବୁ ଶୁଣିବାପରେ ଶାହରୁଖଙ୍କ ପ୍ରଶଂସକମାନେ ତାଙ୍କୁ ନେଇ ଚିନ୍ତାରେ ପଡିଯାଇଛନ୍ତି । କାରଣ ବର୍ତ୍ତମାନ ଶାହରୁଖଙ୍କ ଅପକମିଙ୍ଗ ଫିଲ୍ମ ପଠାନ୍‌କୁ ନେଇ ଚାରିଆଡେ ବିବାଦ ମୁଣ୍ଡ ଟେକିଛି । ଆଉ ଏପରି ସମୟରେ ଶାହରୁଖ୍ ଅସୁସ୍ଥ ପଡିବା ଆଦୈ ଠିକ୍ ନୁହେଁ ବୋଲି କହିଛନ୍ତି ଶାହରୁଖ୍‌ଙ୍କ ପ୍ରଶଂସକ । ଏହାପରେ ଜଣେ ୟ୍ୟୁଜର୍ସ ଲେଖିଥିଲେ ଯେ ଗେଟ ୱେଲ ସୁନ୍ କିଙ୍ଗ୍‌ଖାନ୍ । ସେହିଭଳି ଆଉଜଣେ ୟ୍ୟୁଜର୍ସ ଲେଖିଥିଲେ ଯେ ବର୍ତ୍ତମାନ ଆପଣଙ୍କ ଜୀବନରେ ସବୁଠୁ ଗୁରିତ୍ୱ ପୂର୍ଣ୍ଣ ଦିନ ଚାଲିଚି , ଇଭେଣ୍ଟ,ଶୁଟ୍ , ପ୍ରମୋସନ ଏଭଳି ଅନେକ୍ । ୟା ଭିତରେ ନିଜର ଜତ୍ନ ନିଅନ୍ତୁ ବାଦ୍‌ଶାହ । ଆଉ ଶୀଘ୍ର ଠିକ୍ ହୁଅନ୍ତୁ । ଏଭଳି ଲକ୍ଷ ଲକ୍ଷ ୟ୍ୟୁଜର୍ସମାନେ ଶାହରୁଖଙ୍କ ଶୀଘ୍ର ସୁସ୍ଥ ହେବା କାମନା କରି କମେଣ୍ଟ ବକ୍ସରେ କମେଣ୍ଟ କରିଥିଲେ ।

ତେବେ ଏହି ସେସନରେ ଆଉ ଏକ ବଡ ଖବରର ଖୁଲାସା କରିଥିଲେ କିଙ୍ଗ୍ ଖାନ । ଆଗକୁ ପଠାନ୍‌ର ୨ୟ ଗୀତ ରିଲିଜ୍ ହେବ , ଯାହାକୁ ଅରଜିତ୍ ସିଂ ଗାଇବେ ବୋଲି ନିଜେ ଶାହରୁଖ୍ କହିଥିଲେ ।

Leave a Reply

Your email address will not be published. Required fields are marked *