Pratidin TV

Odisha's Digital News Platform

କୋଲକାତା ଲଜ୍ଜା; ଆଜି ‘ମୁଖ୍ୟମନ୍ତ୍ରୀଙ୍କ ଅଫିସ’ ଘେରାଉ କରିବେ ୩୦ ହଜାର ଛାତ୍ରଛାତ୍ରୀ

1 min read

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷର ବିନା ଇସାରାରେ ମେଡିକାଲରେ ପତ୍ରଟିଏ ବି ହଲୁ ନ ଥିଲା। ଯିଏ ସନ୍ଦୀପ କଥା ମାନୁ ନ ଥିଲା, ତା’କୁ ଅନ୍ୟତ୍ର ବଦଳି ଅଥବା ଚାକିରିରୁ ବିଦା କରିଦିଆଯାଉଥିଲା। ଏପରି କି ମୃତଦେହ ଦେଖିବା ଲାଗି ଏବଂ ବ୍ୟବଚ୍ଛେଦ କରାଇବା ଲାଗି ପରିବାର ଲୋକଙ୍କଠାରୁ ଟଙ୍କା ବି ନିଆଯାଉଥିଲା। ଏଭଳି ଅଭିଯୋଗ କରିଛନ୍ତି ଶବ ସଂରକ୍ଷଣ କରି ରଖାଯାଉଥିବା ମର୍ଗର ଜଣେ ପୂର୍ବତନ କିରାଣି। ସନ୍ଦୀପ ଆଦେଶ ପାଳନ ନ କରିବାରୁ ତାଙ୍କୁ ବି ଚାକିରିରୁ ବାହାର କରିଦିଆଯାଇଥିଲା ବୋଲି କିରାଣି ଜଣକ କହିଛନ୍ତି।

ତେବେ ଏହା ନେଇ ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଅଫିସରେ ମହା ବିକ୍ଷୋଭ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଙ୍ଗଠନ । ଆଜି କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ। ଆଜି ମୁଖ୍ୟମନ୍ତ୍ରୀ ଅଫିସ ‘ନବାନ୍ନ’ ଘେରାଉ କରିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ। ଏହା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକ୍ଷୋଭ କରି ଏତେ ସଂଖ୍ୟାରେ ଲୋକେ ରାସ୍ତାରେ ଆନ୍ଦୋଳନ କରିବେ |

Advertisement

ଏହାକୁ ଦୃଷ୍ଟିରେ ରଖି ୬୦୦୦ରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି। ୧୯ଟି ସ୍ଥାନରେ ବ୍ୟାରିକେଡିଂ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ପୁଲିସ କମିଶନର ନିୟୋଜିତ ହୋଇଛନ୍ତି। ହାଷ୍ଟିଙ୍ଗସ୍, ଫୁରଲଙ୍ଗ୍ ଗେଟ୍, ଷ୍ଟାଣ୍ଡ ରୋଡ୍ ଏବଂ କୋଲକାତାର ଟ୍ୱିନ୍‌ ସିଟି ହାଓ୍ୱଡା ଭଳି ସ୍ଥାନରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *