Pratidin TV

Odisha's Digital News Platform

ଜାଣନ୍ତୁ କେଉଁଠି ମିଳିବ ସୁଭଦ୍ରା ଫର୍ମ …

1 min read

ରାଜ୍ୟର କୋଟି କୋଟି ମହିଳାଙ୍କ ପାଇଁ ବଡ ଖବର l ଆସିଲା ସୁଭଦ୍ରା ଗାଇଡ୍‌ଲାଇନ  l ଏଥିସହ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି କରିଛନ୍ତି। ସୁଭଦ୍ରା ଯୋଜନାର ଲାଭ ଯେପରି ରାଜ୍ୟର ସମସ୍ତ ଯୋଗ୍ୟ ମହିଳା ଉଠାଇପାରିବେ ସେ ନେଇ ପର୍ଯ୍ୟାପ୍ତ ସଂଖ୍ୟକ ଫର୍ମ ମୁଦ୍ରଣ କରିବା ଉପରେ ଚିଠିରେ ଗୁରୁତ୍ୱାରୋପ କରାଯାଇଛି। ତେବେ ଏହି ଯୋଜନା କିପରି କରିବେ ଆବେଦନ l  କେଉଁଠୁ ପାଇବେ ଏହାର ଫର୍ମ ?

  ତେବେ ଏସବୁ ପାଇଁ ସରକାର ଗୁରୁତ୍ୱାରୋପ କରିଛନ୍ତି ।  ଏହି ଫର୍ମ ଜିଲା ଓ ନିଗମ ମାଇକ୍ରୋ ଯୋଜନା ଅନୁଯାୟୀ ଏକାଧିକ ସ୍ଥାନରେ ବଣ୍ଟନ କରାଯିବ। ଚିଠିରେ ଫର୍ମ ପାଇଁ ଅନୁମୋଦିତ ହୋଇଥିବା ଡିଜାଇନ ସଂଲଗ୍ନ କରାଯାଇଛି। ଫର୍ମଟି ସମ୍ପୂର୍ଣ୍ଣ ଓଡ଼ିଆରେ ହେବା ସହ ଏହାର ପ୍ରିଣ୍ଟିଂ (ଆଗ, ପଛ) ମଲ୍ଟିକଲର ହେବ। ସେହିଭଳି କାଗଜର ଆକାର ୮.୩ ଇଞ୍ଚ X ୧୧.୭ ଇଞ୍ଚ, କାଗଜର ରଙ୍ଗ ଧଳା ମ୍ୟାପ୍ଲିଥୋ T ଏହାର ଘନତା ୯୦ଗ୍ରାମ ହେବା ଆବଶ୍ୟକ ବୋଲି ଜଣାପଡିଛି  l

Advertisement

Leave a Reply

Your email address will not be published. Required fields are marked *