Pratidin TV

Odisha's Digital News Platform

(ଭିଡିଓ)ଦୀର୍ଘ ୫ ଦିନ ପରେ ଉଦ୍ଧାର ହେଲା ଅମ୍ରିତ୍ , ଟ୍ୟୁସନ୍ ଯାଇ ହଠାତ୍ ଗାୟବ୍ ହୋଇଯାଇଥିଲେ ..

1 min read

ନୟାଗଡ : ଦୀର୍ଘ ୫ ଦିନର ଦୁଃଖ ଯନ୍ତ୍ରଣା ପରେ ମା କୋଳକୁ ଫେରିଛି ଅମ୍ରିତ୍ । ବାପା ମାଁ ଦୁହେଁ ୫ ଦିନ ପରେ ତାଙ୍କ ଏକ କଳା ବିସିକେଶନକୁ ପାଇ ନିଜ ଛାତିର କୋହକୁ ସମ୍ଭାଳି ପାରିନାହାନ୍ତି । ଭୋ ଭୋ କରି ଗାଁ ଦାଣ୍ଡରେ ପୁଅଖୁ ଧରି କାନ୍ଦିଛନ୍ତି ଦୁହେଁ । ଏ ଦୃଶ୍ୟ ଦେଖି କାହାର ବା ଆଖି ନଭିଜିବ । ପୁଅ ୫ ଦିନ ଧରି ନମିଳିବାରୁ ମାଁ ମନକୁ ଅନେକ ପ୍ରକାରର ଶଙ୍କା ଘେରି ଯାଇଥିଲା । ତେବେ ୫ ଦିନ ଧରି ନିଖୋଜ ଥିବା ଅମ୍ରିକକୁ ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ ନିକଟରୁ ସୋମବାର ସକାଳେ ଉଦ୍ଧାର କରାଯାଇଛି ।

ସୂଚନା ଅମୁଯାୟୀ ଆଜି ସକାଳ ସମୟରେ ଅମ୍ରିତଙ୍କୁ ନିଜ ଗାଁ ନିକଟରେ ଏକୁଟିଆ ଠିଆ ହୋଇଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏହାପରେ ସେମାନେ ଅମ୍ରିତ୍‌ଙ୍କ ପରିବାର ଏବଂ ପୋଲିସକୁ ଖବର ପଠାଇଥିଲେ । ପୋଲିସ ଓ ପରିବାର ଲୋକେ ତୁରନ୍ତ ସେଠାରେ ପହଞ୍ଚି ଅମ୍ରିତଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଅମ୍ରତଙ୍କ ସ୍ୱାସ୍ଥବସ୍ଥା ଖରାପ ଥିବାରୁ ପରିବାର ଲୋକେ ତାଙ୍କୁ ନୟାଗଡ ଡାକ୍ତକାନରେ ଭର୍ତ୍ତି କରାଇଛନ୍ତି ।

Advertisement

ତେବେ ନୟାଗଡ ଏସପି ଅଲେଖ ଚନ୍ଦ୍ର ପହିିଙ୍କ ସୂଚନା ଅନୁଯାୟୀ , ଅମ୍ରିତ ଦୀର୍ଘ ୫ ଦିନ ଧରି କିଛି ଖିଆ ପିଆ କରିନଥିବାରୁ ତାଙ୍କର ସ୍ୱାସ୍ଥ ଅବସ୍ଥା ବିଗିଡିଯାଇଛି । ତାଙ୍କର ସ୍ୱାସ୍ଥବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବାପରେ ପୋଲିସ ତାଙ୍କୁ ଅପହରଣ ବିଷୟରେ ପଚାରିବା । ଯେମିତିକି ସେ ୫ ଦିନ ଧରି କେଉଁଠିଥିଲେ ? କେଇଁମାନେ ତାଙ୍କୁ ଅପହରଣ କରିଥିଲେ ?
ଗତ ଗୁରୁବାର ଅର୍ଥାତ୍ ଡିସେମ୍ବର ୧୫ ତାରିଖ ଦିନ ଅମ୍ରିତ୍ ନିଜ ଗାଁ ପାଖକୁ ଟିଉସନ ହେବାକୁ ଯାଇଥିଲେ । ସନ୍ଧ୍ୟା ୭ ଟା ୧୫ ରେ ତାଙ୍କ ଟ୍ୟୁସନ ଛୁଟି ହୋଇଥିଲା । ଏହାପରେ ସେ ନିଜ ସାଇକେଲ ଧରି ଅନ୍ୟ ପିଲାଙ୍କ ପଚେ ପଛେ ଆସୁଥିଲେ । କିନ୍ତୁ ହଠାତ୍ ଗାଁ ପାଖ ରାସ୍ତାରୁ ଅମ୍ରିତ୍ କୁଆଡେ ଗାୟବ ହୋଇଯାଇଥିଲେ । ପୁଅର ଟ୍ୟୁସନ ଫେରିବା ସମୟ ଗଡିଯିବାରୁ ବାପା ମାଁ ଦୁହେଁ ଚିନ୍ତା ପ୍ରକଟ କରି ଅମ୍ରିତଙ୍କୁ ଖୋଜିବାକୁ ବାହାରିଥିଲେ । କିନ୍ତୁ ପୁଅକୁ ପାଇନଥିଲେ । ପରେ ଘରଠୁ ୫୦ ମିଟର ଦୂରରେ ପୁଅର ସାଇକେଲ ମିଳିଥିଲା । ଅକୁ ଅପହରଣ କରାଯାଇଥିବା ଅମ୍ରିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ଅମ୍ରିତଙ୍କୁ ୫ ଦିନ ହେଲା ଖୋଜାଖୋଜି କରୁଥିଲା। ଆଜି ନିଜ ଗାଁ କୁରାଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *