Pratidin TV

Odisha's Digital News Platform

ସମସ୍ତଙ୍କୁ ମେସେଜ ପଠାଇ ଫୋଲୋ କରିବାକୁ ଅନୁରୋଧ କଲେ ଉର୍ଫି ..

1 min read

ନିଜର ଅତରଙ୍ଗୀ  ଫ୍ୟାଶନ ପାଇଁ ବେଶ ଜଣାଶୁଣା ଉର୍ଫି ଜାଭେଦ ।   ବର୍ତ୍ତମାନ ତାଙ୍କର ରିଲିଜ୍ ହୋଇଛି ସିରିଜ୍ ‘ଫୋଲୋ କର ଲୋ ୟାର୍’ ପାଇଁ  ଏବେ ଚର୍ଚ୍ଚାର ଶିରୋନାମାରେ ରହିଛନ୍ତି । ଯାହା ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଛି । ବର୍ତ୍ତମାନ ସେ ତାଙ୍କ ଶୋ’ ପ୍ରମୋସନ କରିବାକୁ ନୂଆ ଉପାୟ ଆପଣାଇଛନ୍ତି । ସେ ସୋସିଆଲ ମିଡିଆରେ ଅନେକ ସେଲିବ୍ରିଟିଙ୍କ ନିକଟକୁ ମେସେଜ ପଠାଇ ତାଙ୍କୁ ଫୋଲୋ କରିବାକୁ ଅନୁରୋଧ କରିଛନ୍ତି । ଉର୍ଫି ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରା, ଶ୍ରଦ୍ଧା କପୁର, ନିକ ଜୋନାସ ପର୍ଯ୍ୟନ୍ତ ତାରକାଙ୍କୁ ମଜାଳିଆ ମେସେଜ ପଠାଇଛନ୍ତି ଏବଂ ଏକ ସ୍କ୍ରିନସଟ ସେୟାର କରିଛନ୍ତି ।

ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ କମେଣ୍ଟ କରୁଛନ୍ତି ।ଉର୍ଫି କବିତା ଶୈଳୀରେ ସେଲିବ୍ରିଟିମାନଙ୍କୁ ତାଙ୍କୁ ଫୋଲୋ କରିବାକୁ ଅନୁରୋଧ କରିଛନ୍ତି । ଦିଲଜିତ ଦୋସାଞ୍ଜଙ୍କୁ ମେସେଜ କରି ସେ ଲେଖିଛନ୍ତି, ଟେଲିଫୋନର ଲମ୍ବା ତାର, ତୁମେ ମୋର ପ୍ରିୟ ସର୍ଦ୍ଦାର, ବର୍ତ୍ତମାନ ଏହି ପ୍ରସଙ୍ଗରେ ହ୍ୟାସଟ୍ୟାଗ ଫୋଲୋ କର । ସେହିପରି କିଆରାଙ୍କୁ ଲେଖିଛନ୍ତି,୧୦ ଟଙ୍କାର ପେପସି, ତୁମେ ସବୁଠୁ ସେକ୍ସି । ଏହି କଥାରେ ମୋତେ ଫୋଲୋ କର । ‘ସ୍ତ୍ରୀ 2’ ପାଇଁ ଶ୍ରଦ୍ଧାଙ୍କୁ ଅଭିନନ୍ଦନ ଜଣାଇ ଉର୍ଫି ଲେଖିଛନ୍ତି, ନମସ୍କାର ଶ୍ରଦ୍ଧା, ସ୍ତ୍ରୀ 2 ପାଇଁ ଅଭିନନ୍ଦନ, ଆମାଜନ ସବସ୍କ୍ରିପସନ୍ ମାଗଣା ନୁହେଁ କିନ୍ତୁ ମୋତେ ସ୍ତ୍ରୀ ଫୋଲୋ କର। ଉର୍ଫି ଶାହାରୁଖଙ୍କୁ କୌଣସି କବିତା ଲେଖିବା ପରିବର୍ତ୍ତେ ତାଙ୍କୁ ସିଧାସଳଖ ଫୋଲୋ କରିବାକୁ ଅନୁରୋଧ କରିଛନ୍ତି । ଦୟାକରି ଶାହାରୁଖ ସାର୍ ମୋତେ ଫୋଲୋ କରନ୍ତୁ । ତେବେ ଉର୍ଫିଙ୍କ ଏହି ମେସେଜକୁ ଫ୍ୟାନ୍ସ ମଧ୍ୟ ପସନ୍ଦ କରିଥିବା ବେଳେ କମେଣ୍ଟ ବର୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *