Pratidin TV

Odisha's Digital News Platform

ବିଜେଡିରୁ ବିଦା ହେଲେ ସସ୍ମିତା ମାଝୀ..

1 min read

ବିଜେଡ଼ି ରୁ ବିଦା ହେଲେ ମାଲକାନଗିରି ମାଥିଲି-୩ ଜିଲା ପରିଷଦ ସଭ୍ୟା ସସ୍ମିତା ମାଝୀ। ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ ପରେ ବିଜୁ ଜନତା ଦଳ ତାଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳ ତରଫରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତା ମାଝୀଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛି।

ଏହି ମାମଲାରେ ସସ୍ମିତା ମାଝୀଙ୍କ ସମେତ ୩ ଜଣ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗିରଫ ହୋଇଛନ୍ତି। ତାଙ୍କ ନାଁ ରମେଶ ରାଉତ। ତାଙ୍କ ଘର କେନ୍ଦ୍ରାପଡ଼ାରେ। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ରମେଶ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କ ହଡ଼ପ କରିଛି। ଏଥିରେ ତାଙ୍କ ସହିତ ସସ୍ମିତା ମାଝୀ ଓ ଅନ୍ୟ ଜଣେ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ରମେଶଙ୍କୁ ଗିରଫ କରାଯାଇଥିବାବେଳେ  ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *