Pratidin TV

Odisha's Digital News Platform

ହକି ବିଶ୍ୱକପ୍ : ଆଜିଠୁ ଅଫ୍‌ଲାଇନରେ ବିକ୍ରିହେଲା ଟିକେଟ୍

1 min read

ଭୁବନେଶ୍ୱର : ୨୦୧୮ ମସିହାରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ୍ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହୋଇଥିଲେ ମଧ୍ୟ ଟିକେଟ୍ ପାଇନଥିଲେ । ଫଳରେ କ୍ରୀଡା ପ୍ରେମୀମାନେ ଷ୍ଟାଡିୟମ ପାଖରୁ ନିରାଶ ହୋଇ ଫେରିଥିଲେ । ଏନେଇ ଏଥର ମଧ୍ୟ କ୍ରୀଡା ପ୍ରେମୀମାନଙ୍କ ମଧ୍ୟରେ ଛନକା ପସିଛି ।

ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ୧୯ ଡିସେମ୍ବର ସୋମବାରଠାର ଅଫଲାଇନରେ ଟିକେଟ୍ ବିକ୍ରି ହେବ । ତେବେ କ୍ରୀଡାପ୍ରେମୀମାନେ ଉଭୟ ଭୁବନେଶ୍ୱର ଏବଂ ରାଉଲକେଲାରୁ ଟିକେଟ୍ କିଣିପାରିବେ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟରେ ଟିକେଟ୍ ବିକ୍ରି ହେବ । ସେହିଭଳି ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ ଟିକେଟ ବିକ୍ରି କରାଯିବ। ତେବେ କାଉଣ୍ଟରରେ କେତେ ଟିକେଟ ବିକ୍ରି ହେବ ସ୍ପଷ୍ଟ କରି ନାହିଁ ହକି ଇଣ୍ଡିଆ ।

Advertisement

ଅନ୍ୟପଟେ ନଭେମ୍ବର ୨୫ରୁ ଅନ୍‌ଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲେ ମଧ୍ୟ । ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ଶେଷ ହେଇଯାଉଥିଲା । ତେଣୁ ଏଥର ମଧ୍ୟ କ୍ରୀଡାପ୍ରେମୀମାନେ ଖେଳ ଦେଖିବାର ସୁଯୋଗ ପାଇବେ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା ।
ତେବେ ଏଥରର ହକିବିଶ୍ୱକପ୍ ପାଇଁ ଗୀତ ଗାଇବେ ଓଡିଆ ଝିଅ ନମିତା ମେଲେକା । ସେ ନିକଟରେ ମୁମ୍ବାଇ ଯାଇ ନିଜ ରେକଡିଂ ଶେଷ କରି ଭୁବନେଶ୍ୱର ଫେରିଛନ୍ତି । ଯାହାକୁ ନେଇ ଓଡିଆ ଖେଳପ୍ରେମୀଙ୍କ ମନରେ ଉତ୍କଣ୍ଠା ଆହୁରି ବଢିଯାଇଛି ।

Leave a Reply

Your email address will not be published. Required fields are marked *