Pratidin TV

Odisha's Digital News Platform

ବଡ଼ ରେକର୍ଡ କଲେ ବିସିସିଆଇ ସମ୍ପାଦକ; ସର୍ବକନିଷ୍ଠ ଭାବେ ଆଇସିସିର ଅଧ୍ୟକ୍ଷ ହେଲେ ଜୟ ଶାହା

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସେକ୍ରେଟାରୀ ଜୟ ଶାହ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲର ନୂତନ ଅଧକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏବେ ଗ୍ରେଗ ବାର୍କଲେଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିବେ । ଆଇସିସି ଅଧକ୍ଷ ପାଇଁ ସେ ଏକମାତ୍ର ଆବେଦନକାରୀ ରହିଥିଲେ ।

ଖେଳପ୍ରତି ଅବଦାନକୁ ନେଇ ଭାରତୀୟ କ୍ରିକେଟ ପ୍ରଶାସକଙ୍କ ମୂଲ୍ୟାଙ୍କନ କରାଯାଇଥାଏ। ମାତ୍ର ଏ ସବୁର ଅଭାବ ସତ୍ତ୍ୱେ ଜୟ ଶାହା ପ୍ରଥମେ ଜାତୀୟ ଓ ଏବେ ଅନ୍ତର୍ଜାତୀୟ ପାଓ୍ବାର କରିଡରରେ ନିଜପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ମାତ୍ର ୩୫ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌(ଆଇସିସି)ର ଚେୟାରମ୍ୟାନ୍‌ ଭାବରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଗୁଜରାଟ କ୍ରିକେଟରୁ ଆରମ୍ଭ କରିଥିବା ଯାତ୍ରା ବର୍ତ୍ତମାନ ଆଇସିସିରେ ପହଞ୍ଚିଯାଇଛି।

ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଡିସେମ୍ବର ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାପରେ ଜୟ ଶାହ ଏହି ପଦକ ସମ୍ଭାଳିବେ।

Leave a Reply

Your email address will not be published. Required fields are marked *