Pratidin TV

Odisha's Digital News Platform

ବିଜେପି ବିଧାୟକଙ୍କ କାର୍ଯ୍ୟାଳୟରେ ଫୁଟିଲା ଗୁଳି, ଶରତ ଓଝାଙ୍କୁ ର୍ଟାଗେଟ୍ କଲେ ପ୍ରଣବଙ୍କ ସମର୍ଥକ ।

1 min read

ଯାଜପୁର ; ଯାଜପୁର ଜିଲ୍ଲା ଧର୍ମଶାଳା ରେ ଦିନକୁ ଦିନ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ସମର୍ଥକଙ୍କ ଅଡୁଆ ଏବେ ସାମ୍ନା କୁ ଆସିଛି। ଅଭିଯୋଗ ଅନୁଯାୟୀ ଗତ ୨୪ ତାରିଖ ଦିନ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକ ବିଜେପି ବିଧାୟକ ହିମାଂଶୁ ଶେଖର ସାହୁଙ୍କ କୁମାରୀ ସ୍ଥିତ କାର୍ଯ୍ୟାଳୟ ରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଶରତ ଓଝା ଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଫାଙ୍କା ଗୁଳି ଚାଳନା କରିଥିଲେ।

ଏହା ସହ ବିଧାୟକ ପ୍ରତି ମାସରେ ବଟି ଦେବାକୁ ଧମକ ଦେଇ ସେଠାରୁ ସେମାନେ ଫେରାର ହୋଇ ଯାଇଥିଲେ। ଏନେଇ ଶରତ ଧର୍ମଶାଳା ଥାନା ରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଜଳଧର ମହାନ୍ତି, ଯୁବ ବିଜେଡ଼ି ସଭାପତି ଖିତିସ ନାୟକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପଂହଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।ସେଠାରେ ମଧ୍ୟ ଦୁଇଟି ଖୋକା ପଡ଼ିଥିବା ଦେଖିବାକୁ ମିଲିଥିଲା।

Advertisement

ଏହା କାହାର କେଉଁଠାରୁ ଆସିଲା ଏନେଇ ପୋଲିସ ଅଧିକ ଖୋଳ ତାଡ଼ ଜାରୀ ରଖିଛି । ଅନ୍ୟ ପକ୍ଷରେ ଏହି ମାମଲା ମିଛ ବୋଲି ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଜଳଧର ମହାନ୍ତି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ତାହା ସହିତ ସେ କହିଛନ୍ତି ପୋଲିସ୍ ତାଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦେଇନି ।ଗଣମାଧ୍ୟମରୁ ଏ ଘଟଣା ସେ ଜାଣିବାକୁ ପାଇଥିଲେ ।

Leave a Reply

Your email address will not be published. Required fields are marked *