ରାଜ୍ୟବାସୀଙ୍କୁ ସଚେତନ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ , ମଣିଷ ଦେହରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ ।
1 min readମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ସଚେତନ ରହିବାକୁ କହିଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍ । ପୁରୀ ମଙ୍ଗଳପୁର ଅଞ୍ଚଳରେ ଜଣେ ବ୍ୟକ୍ତି ବାର୍ଡଫ୍ଲୁ ଚିହ୍ନଟ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବାର୍ଡଫ୍ଲୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଦେହରେ ଥଣ୍ଡା , ଜ୍ୱର ଓ କାଶ ଭଳି ଲକ୍ଷଣ ଦେଖାଯାଉଥିଲା । ତେବେ ରାଜ୍ୟରେ ପ୍ରଥମ ମଣିଷ ବାର୍ଡ ଫ୍ଲୁ ରୋଗୀ ଚିହ୍ନଟ ହେବା ପରେ ଆଲର୍ଟ ହୋଇଛି ସ୍ୱାସ୍ଥ୍ୟ ବିଭାଗ ।
ପିପିଲି ଓ ସତ୍ୟବାଦୀ ବ୍ଲକରେ କଡା ନଜର ରଖିଛି ବିଭାଗ । H5N1 ସଂକ୍ରମଣ ସ୍ଥାନ ଗୁଡିକରେ ପ୍ରାଥମିକ ନିରୀକ୍ଷଣ ଜୋନ ପ୍ରତିଷ୍ଠା କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଆଉ ସଂକ୍ରମଣର ଏକ କିଲୋମିଟର ମଧୟରେ ନିରୀକ୍ଷଣ ଜୋନ କରାଯାଇଛି । ୧ ରୁ ୧୦ କିଲୋମିଟର ମଧ୍ୟରେ ୨ୟ ସ୍ତର ନିରୀକ୍ଷନ ଜୋନ ହୋଇଛି । ଏହା ଛଡା ଘର ଘର ବୁଲି ଧ୍ୟ ଲୋକଙ୍କୁ ସଚେତନ କରାଯାଉଛି । ଆଶାକର୍ମୀମାନେ ମଧ୍ୟ ଘରେ ଘରେ ଔଷଧ ବଣ୍ଟନ କରୁଛନ୍ତି । ଏହା ସହ ଏନ-୯୫ ମାସ୍କ ମଧ୍ୟ ବଣ୍ଟା ଯାଉଛି ।
ଅନ୍ୟପଟେ ବାର୍ଡ ଫ୍ଲୁ ଚିହ୍ନଟ ହେବା ସଂକ୍ରମିତ ଅଞ୍ଚଳ ଗୁଡିକରେ କୁକୁଡା ମରା ଅଭିଯାନ ବ୍ୟାପକ କରାଯାଇଛି । ୪ ଦିନ ମଧ୍ୟରେ ୨୮ ହଜାରରୁ ଉର୍ଦ୍ଧ ବ୍ରଏଲର ମରାଯାଇଥିବା ବେଳେ ପିପିଲିରେ ପ୍ରାୟ ୧୪ ହଜାର ୧୨୪ ଟି କୁକୁଡା ମରାଯାଇଛି । ସେହିଭଳି ବାର୍ଡ ଫ୍ଲୁରେ ଆକ୍ରାନ୍ତ ମୋଟ ୩୮ ହଜାର ୨୫୦ କୁକୁଡାଙ୍କୁ ମରାଯିବାକୁ ସ୍ଥିର କରାଯାଇଛି ।