Pratidin TV

Odisha's Digital News Platform

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା , ଚାଷୀଙ୍କୁ ମିିଳିବ ଟଙ୍କା ।

1 min read

ଲାଭବାନ ହେବେ ଚାଷୀଭାଇ । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।

ମିଳିଥିବା ସୂଚନା ଅନୁଯାୟୀ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ନାମକୁ ପରିବର୍ତ୍ତନ କରାଯାଇ ସିଏମ୍ କିଷାନ ଯୋଜନାରେ ନାମିତ କରାଯାଇଛି। ଖୁବ୍‌ ଶୀଘ୍ର ଏହା ଲାଗୁ କରାଯିବ । ସିଏମ୍ /ମୁଖ୍ୟମନ୍ତ୍ରୀ କିଷାନ୍ ଯୋଜନାରେ ପ୍ରତ୍ୟକ କିସ୍ତିରେ ୨ ହଜାର ଲେଖାଏଁ ବର୍ଷକୁ ଦୁଇଟି କିସ୍ତିରେ  ୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହି ଯୋଜନାରେ ଲାଭବାନ ହେବେ କ୍ଷୁଦ୍ର ଓ ଭୂମିହୀନ ଚାଷୀ । ପ୍ରତ୍ୟକ ଭୂମିହୀନ କୃଷି ପରିବାରକୁ ସମୁଦାୟ ୩ଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ ।

Advertisement

ଆବେଦନ କିଭଳି କରିବେ ?
ପଞ୍ଜିକୃତ ହେବା ପାଇଁ ଚାଷୀମାନେ ସିଏମ୍ କିଷାନ୍ ଅଭିଯୋଗ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ।

ସେହିଭଳି ପିଏମ୍ କିଷାନ ଯୋଜନା ନିୟମାବଳୀକୁ ସାମ୍ନାରେ ରଖି ଚାଷୀମାନଙ୍କୁ ଯୋଗ୍ୟ ବିବେଚିତ କରାଯିବ । ଯୋଗ୍ୟ ବିବେଚିତ ଚାଷୀମାନଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *