Pratidin TV

Odisha's Digital News Platform

ଭାରତୀୟ ରେଳର ସବୁଠାରୁ ମହଙ୍ଗା ଟ୍ରେନ୍ , ଯାହାର ଟିକେଟ୍ ମୂଲ୍ୟ ୨୦ଲକ୍ଷ …

1 min read

ଦେଶର ସବୁଠୁ ଦାମୀ ଟ୍ରେନର ଏକ ଚିତ୍ର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନରେ ବିଳାସପୂର୍ଣ୍ଣ ସୁବିଧା ବିଷୟରେ ଅନେକ ସୂଚନା ଦେଉଛନ୍ତି । ଏହି ଭିଡିଓ ମହାରାଜା ଏକ୍ସପ୍ରେସ ଟ୍ରେନର ସବୁଠାରୁ ମହଙ୍ଗା କୋଚର, ଯାହାର ଟିକେଟ୍ ମୂଲ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଟ୍ରେନରେ ଫାଇବ ଷ୍ଟାର ହୋଟେଲ ପରି ସୁବିଧା ରହିଛି ।

ମହାରାଜା ଏକ୍ସପ୍ରେସ ଟ୍ରେନ୍ ଭାରତୀୟ ରେଳ ପର୍ଯ୍ୟଟନ ନିଗମ ଦ୍ୱାରା ପରିଚାଳିତ । ଏହି ଟ୍ରେନ୍ ଦେଶର ୪ଟି ଭିନ୍ନ ଭିନ୍ନ ରୁଟରେ ଚାଲିଥାଏ । ଥରେ ଟିକେଟ୍ ବୁକ କଲେ ଆପଣ ଏହି ବିଳାସପୂର୍ଣ୍ଣ ଟ୍ରେନରେ ସାତ ଦିନ ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ମହାରାଜା ଟ୍ରେନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ଟ୍ରେନର ପ୍ରତ୍ୟେକ କୋଚରେ ବଡ଼ ୱିଣ୍ଡୋ, ମିନି ବାର, ଏୟାର କଣ୍ଡିସିନର, ୱାଇଫାଇ, ଲାଇଭ ଟିଭି, ଡିଭିଡି ପ୍ଲେୟାର ସହିତ ଅନେକ ବିଳାସପୂର୍ଣ୍ଣ ଜିନିଷର ଲାଭ ଉଠାଇ ପାରିବେ ଯାତ୍ରୀ । ମହାରାଜା ଏକ୍ସପ୍ରେସରେ ଚାରୋଟି ଭିନ୍ନ ଟୁର୍ ପ୍ଲାନ୍ ରହିଛି ।

Advertisement

ଏହି ଚାରିଟି ପ୍ଲାନ୍ ମଧ୍ୟରୁ ଆପଣ ନିଜ ରୁଚି ଅନୁସାରେ ପ୍ଲାନ୍ ନେଇ ପାରିବେ । ଏହି ଟ୍ରେନର ଭଡା ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ଟ୍ରେନରେ ଦୁଇ ପ୍ରକାର ପ୍ୟାକେଜ୍ ଦିଆଯାଇଥାଏ । ପ୍ୟାକେଜ ଅନୁସାରେ ଟିକେଟର ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ ।

https://www.instagram.com/reel/CllnQdKjnTp/?utm_source=ig_web_copy_link

Leave a Reply

Your email address will not be published. Required fields are marked *