Pratidin TV

Odisha's Digital News Platform

କାହିଁକି ଏକାଥରେ ମିଳିବନାହିଁ ସୁଭଦ୍ରା ଟଙ୍କା ?

1 min read

ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ ପାଇବା ପରେ ଏବେ ବିରୋଧିଙ୍କ ସମାଲୋଚନା ବଢିଚାଲିଛି । ମା ଭଉଣୀ ମାନଙ୍କୁ ଏକାଥରେ ଟଙ୍କା ନଦେଇ କାହିଁକି ବର୍ଷକୁ ୨ ଥର ଦିଆଯିବ ବୋଲି ବିରୋଧି ଉଠାଇଛନ୍ତି ପ୍ରଶ୍ନ । କାରଣ ପ୍ରଚାର ସମୟରେ ବିଜେପି ମା-ମାଉସୀ ଓ ଭଉଣୀଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ଦିଆଯିବବୋଲି ଘୋଷଣା କରିଥିଲେ । ଯାହାକୁ ନେଇ ଅନେକ ମହିଳା ନିଜର କିଛି ନୂଆ ବିଜନେସ୍ ବା ନୂଆ କାରବାର ଆରମ୍ଭ କରିବାକୁ ସ୍ୱପ୍ନ ଦେଖିଥିଲେ । କିନ୍ତୁ ସୁଭଦ୍ରାର ଏସଓପି ଘୋଷଣା ପରେ ମଉଳି ଯାଇଛି ରାଜ୍ୟବାସୀଙ୍କ ମନ । କାରଣ ଏହି ମୋଟା ଅଙ୍କର ଟଙ୍କାକୁ ସରକାର ଏକାଥରେ ନଦେଇ ବର୍ଷକୁ ୨ ଥର କିସ୍ତି ଜରିଆରେ ୫ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟଙ୍କା ବର୍ଷକୁ ୨ ଥର ଯଥା – ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଆଗାମୀ ୫ ବର୍ଷ ଯାଏ ଦିଆଯିବ ।

Advertisement

Leave a Reply

Your email address will not be published. Required fields are marked *