Pratidin TV

Odisha's Digital News Platform

ଗୁଜୁରାଟରେ ପ୍ରବଳ ବର୍ଷ ସୃଷ୍ଟି ହେଲା ବନ୍ୟା ସ୍ଥିତି; ୨୯ ମୃତ

1 min read

ଗୁଜୁରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜୁଛି | ପ୍ରବଳ ବର୍ଷା ଯୋଗୁଁ ଗତ ୨ ଦିନ ମଧ୍ୟରେ ଚାଲିଗଲାଣି ୨୯ ଜଣଙ୍କ ଜୀବନ | ବର୍ଷା ଯୋଗୁଁ ଏଠାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଗତ କିଛିଦିନ ହେବ ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଗାମୀଦିନରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି |

ସୂଚନା ଅନୁଯାୟୀ, ବର୍ଷା ଯୋଗୁଁ ଏଠାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ସେହିପରି ଦ୍ବାରିକା, ଆନନ୍ଦ, ବରୋଦା, ରାଜକୋଟ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଆସନ୍ତା କାଲି ଯାଏଁ ପ୍ରବଳ ବର୍ଷା ନେଇ imd ପକ୍ଷରୁ ଆଲର୍ଟ ଜାରି କରାଯାଇଛି | ଅନ୍ୟପଟେ ଉଦ୍ଧାରକାର୍ଯ୍ୟ ଜାରି ରହିଛି | ଲୋକଙ୍କୁ ଉଦ୍ଧାରକାର୍ଯ୍ୟରେ ସେନା, ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀକୁ ନିୟୋଜିତ କରାଯାଇଛି। ଗୁଜରାଟର ସ୍ଥିତିକୁ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି

Advertisement

Leave a Reply

Your email address will not be published. Required fields are marked *