Pratidin TV

Odisha's Digital News Platform

ମୁମ୍ବାଇ ପାଲଟିଲା ‘ଆରବପତିଙ୍କ ସହର , ପଛରେ ପଡ଼ିଲା ବେଜିଂ ..

1 min read

ବିଶ୍ବର ଆରବପତି ରାଜଧାନୀ ତାଲିକାରେ ଏବେ ଭାରତର ସ୍ବପ୍ନ ନଗରୀ କୁହାଯାଉଥିବା ମୁମ୍ବାଇକୁ ମିଳିଛି ସ୍ଥାନ ।ହୁରୁନ ଇଣ୍ଡିଆ ଧନୀ ତାଲିକା ୨୦୨୪ ଅନୁସାରେ, ଚୀନର ରାଜଧାନୀ ବେଜିଂ ଅପେକ୍ଷା ମୁମ୍ବାଇରେ ଅଧିକ ଅରବପତି ଅଛନ୍ତି। ଗୁରୁବାର ହୁରୁନ ଇଣ୍ଡିଆ ଧନୀ ତାଲିକା ୨୦୨୪ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଏସିଆର ୨୫% ଅରବପତିଙ୍କ ଘର ମୁମ୍ବାଇରେ। ଅର୍ଥାତ୍ ଏହି ସହର ହେଉଛି ଏସିଆର ଅରବପତିଙ୍କ ନୂଆ ରାଜଧାନୀ।​‌ ଏହି ସହର ଚୀନର ରାଜଧାନୀ ବେଜିଂକୁ ଏ ​‌କ୍ଷେତ୍ରରେ ପଛରେ ପକାଇ ଦେଇଛି।

କେବଳ ଏତିକି ନୁହେଁ, ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କର ମୁମ୍ବାଇ ହେଉଛି ପ୍ରିୟ ସହର। ତାଲିକାରେ ଏହି ସହର ପରେ ନୂଆଦିଲ୍ଲୀ ଏବଂ ହାଇଦ୍ରାବାଦ ରହିଛି। ଚଳିତ ବର୍ଷର ତାଲିକା ଅନୁଯାୟୀ, ମୁମ୍ବାଇରେ ୫୮ ଜଣ ଅରବପତି ବ୍ୟକ୍ତିଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ସେଥିପାଇଁ ତ ଏହି ସହର ଅରବପତିଙ୍କ ରାଜଧାନୀ ପାଲଟିଛି। ଏହି ତାଲିକାରେ ଆହୁରି କୁହାଯାଇଛି ଯେ, ଅରବପତିଙ୍କ କ୍ଷେତ୍ରରେ ଭାରତ ଚୀନ୍‌କୁ ମଧ୍ୟ ପଛରେ ପକାଇ ଦେଇଛି। ଏହି ତାଲିକା ଅନୁଯାୟୀ, ସମୀକ୍ଷା ସମୟରେ ଭାରତରେ ୨୯ ପ୍ରତିଶତ ଅଧିକ ଅରବପତି ରେକର୍ଡ କରାଯାଇଥିବାବେଳେ ଚୀନରେ ଅରବପତିଙ୍କ ସଂଖ୍ୟା ୨୫ ପ୍ରତିଶତ ହ୍ରାସ ପାଇଛି।

Advertisement

Leave a Reply

Your email address will not be published. Required fields are marked *