ଟେଷ୍ଟ ସିରିଜରୁ ବାଦ ପଡିଲେ ରୋହିତ୍ , ଖେଳିବେନି ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସିରିଜ୍ !
1 min readନୂଆଦିଲ୍ଲୀ : ଆହତ କାରଣରୁ ଟେଷ୍ଟ ସିରିଜ ପାଇଁ ଅନଫିଟ୍ ରୋହିତ ଶର୍ମା । ରୋହିତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ମ୍ୟାନେଜ୍ମେଣ୍ଟ ତାଙ୍କୁ ଟେଷ୍ଟ ସିରିଜ୍ରୁ ବାଦ ଦେଇଛି । ଡିସେମ୍ବର ୨୨ ତାରିଖରେ ବାଂଲାଦେଶ ମୀରପୁରରେ ଭାରତ-ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ତାଙ୍କ ସ୍ଥାନରେ କେଏଲ୍ ରାହୁଲ କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିବେ । ଆହତ କାରଣରୁ ତାଙ୍କୁ ପ୍ରଥମେ ଦିନିକିଆ ସିରିଜର ଶେଷ ମ୍ୟାଚ୍ରେ ବିଶ୍ରାମ ଦିଆଯାଇଥିଲା । ଶୀଘ୍ର ସୁସ୍ଥ ହେବା ପରେ ସେ ଟେଷ୍ଟ ସିରିଜ୍ରେ ଖେଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଆହତ କାରଣରୁ ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ବି ଖେଳିପାରି ନଥିଲେ । ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବି ଖେଳିପାରିବେ ନାହିଁ ।
ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଦଳ ୧-୦ରେ ଆଗୁଆ ରହିଛି । ଯଦି ଆସନ୍ତା ଟେଷ୍ଟ ମ୍ୟାଚ୍ ଜିତିଲା ତେବେ ଇଣ୍ଡିଆ ସିରିଜ୍ ହାତେଇବ । କ୍ରିକ୍ବଜ୍ ନ୍ୟୁଜ୍ ଅନୁସାରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜର
ଦ୍ୱିତୀୟ ମ୍ୟାଚ୍ରେ ରୋହିତ ଆଙ୍ଗୁଳି ଆଘାତ ଲାଗିଥିଲା । ପିଟିଆଇରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ରୋହିତଙ୍କ ବାମ ପଟ ବୁଢ଼ା ଅଙ୍ଗୁଳିରେ ସୃଷ୍ଟି ହୋଇଥିବା ସମସ୍ୟା ଦୂର ହୋଇନି। ଏବେ ବି ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଓ ମଧ୍ୟ ଆଙ୍ଗୁଠି ଫୁଲିଛି ।ଯାହା ଏବେ ବି ସୁସ୍ଥ ହୋଇ ନାହିଁ । ଆଗକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିବାରୁ ବିସିସିଆଇ ଚୟନକର୍ତ୍ତାମାନେ ରିକ୍ସ ନ ନେଇ ରୋହିତ ଶର୍ମାଙ୍କୁ ଟେଷ୍ଟ ସିରିଜ୍ରୁ ବାଦ ଦିଆଯାଇଛି ।