Pratidin TV

Odisha's Digital News Platform

ଛତ୍ରପତି ଶିବାଜୀ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ହାତଯୋଡ଼ି କ୍ଷମା ମାଗିଲେ ମୋଦୀ ..

1 min read

ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ହାତ ଯୋଡି ମୁଣ୍ଡ ନୁଆଁଇ କ୍ଷମା ମାଗିଲେ ପ୍ରଧାନ ମନ୍ତ୍ରୀ ମୋଦି  ।ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହାସହ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ବିଜେପି ମୋତେ ୨୦୧୩ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନିଶ୍ଚିତ କରିଥିଲା, ସେତେବେଳେ ମୁଁ ରାୟଗଡ ଦୁର୍ଗକୁ ଯାଇ ପ୍ରାର୍ଥନା କରିଥିଲି। ମୋତେ ଜଣେ ଭକ୍ତ ତାଙ୍କ ଦେବତାଙ୍କୁ ପୂଜା କରୁଥିବା ଭଳି ଅନୁଭବ କରି ଦେଶ ସେବା କରିବାକୁ ପଡିବ।

 ପ୍ରଧାନମନ୍ତ୍ରୀ ମୋଦି ଛତ୍ରପତି ଶିବାଜୀ ମହାରାଜଙ୍କୁ  ମୁଣ୍ଡ ନୁଆଇଁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ସିନ୍ଧୁଦୁର୍ଗରେ ଯାହା ଘଟିଥିଲା, ମୋ ପାଇଁ ଏବଂ ମୋର ସମସ୍ତ ସହକର୍ମୀଙ୍କ ପାଇଁ ଛତ୍ରପତି ଶିବାଜୀ ମହାରାଜ କେବଳ ନାମ ନୁହଁନ୍ତି, ସେ କେବଳ ଜଣେ ମହାରାଜା ନୁହଁନ୍ତି, ଆମ ପାଇଁ ଛତ୍ରପତି ଶିବାଜୀ ମହାରାଜ ଏକ ଆରାଧ୍ୟ ଦେବତା। ଆଜି ମୁଁ ପ୍ରଣାମ କରୁଛି। ମୁଁ ମୁଣ୍ଡ ନୁଆଇଁ ଛତ୍ରପତି ଶିବାଜୀ ମହାରାଜଙ୍କ ଚରଣରେ ମସ୍ତକ ରଖି କ୍ଷମା ମାଗୁଛି। ଆମର ସଂସ୍କାର ଭିନ୍ନ। ଆମେ ଭାରତର ସାହସୀ ପୁତ୍ର ବୀର ସାବରକରଙ୍କୁ ଦୁର୍ବ୍ୟବହାର କରୁଥିବା ଲୋକ ନୁହଁ ଏବଂ ତାଙ୍କୁ ଦୁର୍ବ୍ୟବହାର କରି କ୍ଷମା ମାଗିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ। ମହାରାଷ୍ଟ୍ରର ଲୋକମାନେ ଏହିପରି ମୂଲ୍ୟବୋଧ ବିଷୟରେ ଜାଣିବା ଉଚିତ ଏବଂ ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କୁ କ୍ଷମା ମାଗୁଛି । ପ୍ରକାଶ ଥାଉକି, ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀଙ୍କର ୩୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଅଗଷ୍ଟ ୨୬ରେ ଏହି ଷ୍ଟାଚ୍ୟୁ ଭୁଶୁଡ଼ି ପଡ଼ିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ଆଜି କଣ୍ଟ୍ରାକ୍ଟରଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *