Pratidin TV

Odisha's Digital News Platform

ଯୁବତୀଙ୍କୁ ପସନ୍ଦ ଆସିଲେ କ୍ୟାବ୍ ଡ଼୍ରାଇଭର , ଦେଇଦେଲେ ୨ ଲକ୍ଷ

1 min read

ନୂଆଦିଲ୍ଲୀ : କୁହାଯାଏ ଯେ ପ୍ରେମରେ ଜଣେ ବ୍ୟକ୍ତି ଉଚ୍ଚ-ନିଚ୍ଚ କି ଜାତି-ଧର୍ମ-ବର୍ଣ୍ଣ ଦେଖନ୍ତି ନାହିଁ । ସେହିଭଳି, ବନ୍ଧୁତା ସ୍ଥାପନ କରିବା ସମୟରେ ମଧ୍ୟ କିଛି ଲୋକ ସେମାନଙ୍କ ସାମ୍ନାରେ କିଏ ଅଛି ଓ କେଉଁ ଜାତିର ସେ କଣ କରୁଛି , କେଉଁ ପରିବାରର ତାହା ମଧ୍ୟ ଦେଖେ ନାହିଁ । ବ୍ରିଟେନର ଜଣେ ୧୯ ବର୍ଷର ଝିଅ ସହ ସମାନ ଘଟଣା ଘଟିଛି । ପାର୍ଟିକୁ ଯିବା ପାଇଁ ଝିଅଟି କ୍ୟାବ ବୁକ୍ କରିଥିଲା କିନ୍ତୁ ବାଟରେ କ୍ୟାବ ଡ୍ରାଇଭର ସହିତ ବନ୍ଧୁତା ହେଇଗଲା । ଆଉ ତାଙ୍କ ସହ ବୁଲିବା ଆରମ୍ଭ କରିଦେଲେ ।

Advertisement

ଯେଉଁ ସ୍ଥାନକୁ ଯିବା ପାଇଁ ୧ଘଣ୍ଟା ଲାଗିଥାନ୍ତା ତା ବଦଳରେ ସେ କ୍ୟାବ ଡ଼୍ରାଇଭରଙ୍କ ସହ ଦୀର୍ଘ ୭ ଘଣ୍ଟା ବୁଲିଲେ । କେବଳ ଏତିକି ନୁହେଁ ସେ ଏଥିପାଇଁ ୨ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ । ଇମୋଜେନ ନିକୋଲସନ ନାମକ ଜଣେ ୧୯ ବର୍ଷର ଝିଅ ଯିଏକି ଜଣ ବ୍ରିଟେନ ବାସିନ୍ଦା ଅଟନ୍ତି । ଏହି ଧନୀ ଝିଅକୁ ତାଙ୍କ ଜେଜେବାପାଙ୍କ ଜନ୍ମଦିନ ପାର୍ଟିକୁ ଯିବାର ଥିଲା ଯେଉଁଥିପାଇଁ ସେ ଲଣ୍ଡନରୁ ଡୁରୁମ୍ ପର୍ଯ୍ୟନ୍ତ ଏକ ‘ଉବର କ୍ୟାବ’ ବୁକ୍ କରିଥିଲେ ।

ଅନେକ ଡ୍ରାଇଭର ତାଙ୍କୁ ଏହି ଯାତ୍ରା ପାଇଁ ମନା କରିଦେଇଥିଲେ, କିନ୍ତୁ ଶେଷରେ ସେ ୫୨ ହଜାର ୮୪୮ ଟଙ୍କା ଦେଇ ଡ୍ରାଇଭର ପାଇଲେ । ହେଲେ ଯାତ୍ରା ସମୟରେ କ୍ୟାବ୍ ଡ୍ରାଇଭର ଇମୋଜେନକୁ ଖୁବ୍ ପସନ୍ଦ ଆସିଯାଇଥିଲେ । ଏବଂ ସେ କେବଳ ତାଙ୍କ ସହ ଡୁରୁମ୍ ବୁଲି ନଥିଲେ ବରଂ ତାଙ୍କ ସହିତ ଫେରିଥିଲେ ମଧ୍ୟ । ଡୁରମ୍‌ରେ ଅନେକ ସ୍ଥାନ ସହ ଶେଷରେ ସେ ସେହି କ୍ୟାବ ଡ୍ରାଇଭରଙ୍କୁ ଧରି ଫେରିଥିଲେ । ଏହି ପୁରା ଯାତ୍ରା ପାଇଁ ଝିଅକୁ ୨ ଲକ୍ଷ ଟଙ୍କାର ବିଲ୍ ଦେବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *