Pratidin TV

Odisha's Digital News Platform

ବିଜେପି ସରକାର ଆଣିଲେ ନୂଆ ଅବକାରୀ ନୀତି: ଖୋଲିବନି ନୂଆ ମଦ ଦୋକାନ

1 min read

ଆକ୍ସନ ମୋଡ଼ରେ ରାଜ୍ୟ ସରକାର | ନୂଆ ଅବକାରୀ ନୀତି ଆଣି ମଦ ଉପରେ ଲଗାଇଲେ ରୋକ | ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ଖୋଲିପାରିବ ନାହିଁ ମଦ ଦୋକାନ | କେବଳ ୩ ତାରକା ହୋଟେଲକୁ ଏହି ଲାଇସେନ୍ସ ମିଳିବ | ଏହାବ୍ୟତୀତ ଭାଙ୍ଗ , ତାଡି, ପୋଚ ପାଇଁ ମଧ୍ୟ ନିୟମ ଲାଗୁହେବ | ଏହି ନିୟମ ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ ଲାଗୁ ହୋଇ ୨0୨୫ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ |

ତେବେ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଉ ରାଜ୍ୟରେ ଚାଲିବ ନାହିଁ ଡ୍ୟାନ୍ସ ବାର | ବାର ଗୁଡିକ ଅନୁମତି ନେଇ କରିପାରିବେ ସଙ୍ଗୀତ ପରିବେଷଣ | କିନ୍ତୁ କୌଣସି ପରିସ୍ଥିତିରେ ନୃତ୍ୟ ପରିବେଷଣ କରିପାରିବେ ନାହିଁ | ଯେଉଁ ବାରରେ ନୃତ୍ୟ ପରିବେଷଣ କରାଯିବ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ | ତେବେ ଗତ କିଛି ଦିନ ହେବ ଭୁବନେଶ୍ୱରରେ କିଛି ଡ୍ୟାନ୍ସ ବାର ବନ୍ଦ ହୋଇଥିବା ବେଳେ ସେହି ବାର ପୁନର୍ବାର ଖୋଲିବ କି ନାହିଁ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି | ତେବେ ଏଗୁଡ଼ିକୁ ବନ୍ଦ କରି ସରକାର ପୂର୍ଣ୍ଣଚ୍ଛେଦ ପକାଇଛି |

Advertisement

ବେଆଇନ ମଦ କାରବାରକୁ ରୋକିବା ଓ ଚଢ଼ାଉ ଜୋରଦାର କରିବା ନିମନ୍ତେ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀମାନଙ୍କୁ ତାଲିମ ଓ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବେଆଇନ ଓ ଚୋରା ମଦକାରବାର ଉପରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *