Pratidin TV

Odisha's Digital News Platform

ସତ ହେବ ମାଳିକା ! ୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ଆଗକୁ ଆସୁଛି ନୂତନ ବର୍ଷ । ଏକ ପରୁଣା ବର୍ଷର ସମାପ୍ତିରେ ଲୋକମାନେ ନିଜର ଦୁଃଖ କଷ୍ଟ ଯନ୍ତ୍ରଣାକୁ ଭୁଲି ଆଗାମୀ ବର୍ଷ ପାଇଁ ଯୋଜନା କରିଥାନ୍ତି । ତେବେ ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହୋଇଯିବ ୨୦୨୩ ନୂତନ ବର୍ଷ । ଯାହାକୁ ନେଇ ଅନେକ ଲୋକମାନଙ୍କ ମନରେ ଭିନ୍ନ ଭିନ୍ନ ଯୋଜନା ଭରିରହିଛି । କିଏ ଆଗକୁ କଣ କରିବ ? ନୂତନ ବର୍ଷର ଆରମ୍ଭରେ ବର୍ଷଟାକୁ ନେଇ ଅନେକ ପ୍ଲାନିଂ ବନାଇଥାନ୍ତି ଲୋକ । କିନ୍ତୁ କୁହନ୍ତିନି ସବୁ କଣ ମଣିଷ ଇଛା ଦ୍ୱାରା ସମ୍ଭବ ।ନୂତନ ବର୍ଷରେ ଆଗକୁ କଣ ହେବ ତାକୁ ନେଇ ଲୋକମାନଙ୍କ ମନରେ ଉତ୍କଣ୍ଠା ସହ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଭିନ୍ନ ଭିନ୍ନ ଭବିଷ୍ୟବ୍ୟକ୍ତା ନୂତନ ବର୍ଷକୁ ନେଇ ଭିନ୍ନ ଭିନ୍ନ ଭବିଷ୍ୟବାଣୀ କରିଛନ୍ତି । ତେବେ ତାମଧ୍ୟରୁ ବୁଲଗେରିଆର ଚର୍ଚ୍ଚିତ ଦୃଷ୍ଟିହୀନ ଭବିହ୍ୟଦ୍ରଷ୍ଠା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନ୍ୟତମ । କାରଣ ଆଗରୁ ବାବା ଭେଙ୍ଗା କରିଥିବା ସମସ୍ତ ଭବିଷ୍ୟବାଣୀ ସତ ହୋଇଛି । ଏବଂ ତାହା ଆମ ଓଡିଆମାନଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଚସଖା ଅଚ୍ୟୁତାନନ୍ଦଙ୍କ ମାଳିକା ସହ ମିସିଛି ।


ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁ୍‌ଯାୟୀ ୨୦୨୩ ରେ ନାରୀମାନେ ଗର୍ଭଧାରଣା କରିବାର ଶକ୍ତି ହରାଇ ବସିବେ । ଫଳରେ ବିଜ୍ଞାନର ଜ୍ଞାନ କୌଶଳ ଦ୍ୱାରା ଡାକ୍ତରମାନେ ଟେଷ୍ଟଟ୍ୟୁବ୍ ବେବି ତିଆରି ହେବେ । ଯାହାଫଳରେ ଡାକ୍ତରମାନେ ମହିଳା ଓ ପୁରୁଷ ମାନଙ୍କ ଉପରେ ଅନେକ ପ୍ରକାରର ପରୀକ୍ଷା ନିରୀକ୍ଷା ପ୍ରୟୋଗ କରିବେ । ଏହାଫଳରେ ଅନେକକଙ୍କର ମୃତ୍ୟୁ ଘଟିବ ।ବିଶ୍ୱର ଏକ ବଡ ଦେଶ ଜୈବିକ ଅସ୍ତ୍ରର ପ୍ରୟୋଗ କରିବ । ହଇଜା ଏବଂ ପ୍ଲେଗ ରୋଗର ଇଞ୍ଜକସନ୍ ଲୋକଙ୍କ ଉପରେ ପ୍ରୟୋଗ କରାଯିବ ବୋଲି ଭବିଷ୍ୟବକ୍ତା କହିଛନ୍ତି ।

ସେପଟେ ମାଳିକା କହୁଛି ଆଗକୁ ହଇଜାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ । ଏଥିସହିତ ୨୦୨୩ ମସିହାରେ ଏକ ବଡ ସୌରଝଡ ମଧ୍ୟ ଆସିବ । ଯାହା ମଣିଷ କେବେ ବି ଦେଖିନଥିବ । ଯେଉଁଥିରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର କ୍ଷତି ହେବ । ଏତତ୍ ବ୍ୟତୀତ ସବୁ ସାଟେଲାଇଟ୍ ମଧ୍ୟ ଧ୍ୱଂସ ପାଇଯିବ । ଫଳରେ କୌଣସି ଉଲେକ୍ଟ୍ରିକାଲ ଜିନିଷ କାମ କରିବ ନାହିଁ । ତେବେ ଏହିସବୁ ଘଟଣା ୨୦୨୩ ମସିହାରୁ ୨୦୨୪ ମସିହା ମଧ୍ୟରେ ଘଟିବ । ଫୋନ ସାଟେଲାଇଟ୍ ସିଷ୍ଟମ ଧ୍ୱଂସ ହେବା କାରଣରୁ ମୋବାଇଲ ବ୍ୟବହାର ବନ୍ଦ ହୋଇଯିବ । ୨୦୨୩ ମସିହାରେ ଏଲିୟନ ମାନେ ପୃଥିବୀ ଉପରେ ଆକ୍ରମଣ କରିବେ । ଯେଉଁ ସମୟରେ ୩ ଦିନ ୩ ରାତି ଅନ୍ଧାର ହେବ । ତେବେ ବାବା ଭେଙ୍ଗା ଏଭଳି ଭବିଷ୍ୟବାଣୀ କରିଛନ୍ତି । ଏପଟେ ମାଳିକା ସେପଟେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୁରା ସମାନ ହୋଇଯାଉଛି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ଚନ୍ଦ୍ର ତାରା ଦେଖାଯିବେ ନାହିଁ । କେବଳ ୧୦ ହଜାର ଲୋକ ବଞ୍ଚିବେ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ନିୟୁକ୍ଲିୟର ପାୱାରପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିବ । ଯାହା ସମଗ୍ର ଏସିଆ ମହାଦେଶର ଅଧିକାଂଶ ଅଞ୍ଚଳ କଳାବାଦଲରେ ଢାଙ୍କିହୋଇଯିବ ।ସେହିଭଳି ଆଗକୁ ତୃତୀୟ ବିଶ୍ୱଯୁଦ୍ଧର ସଂକେତ ଦେଇଛନ୍ତି ଭେଙ୍ଗାବାବା । ପରମାଣୁ ସହ ଜୈବିକ ଅସ୍ତ୍ରର ମଧ୍ୟ ପ୍ରୟୋଗ ହେବ । ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକମାନଙ୍କ ମୃତ୍ୟୁ ହୋଇଯିବ । ୨୦୨୩କୁ ନେଇ ଏଭଳି ଅନେକ ବଡ ବଡ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା ।

ତେବେ ବାବା ଭେଙ୍ଗା ମାତ୍ର ୧୨ ବର୍ଷ ବୟସରଙ୍କ ନିଜ ଦୃଷ୍ଟି ଶକ୍ତି ହରାଇବସିଥିଲେ । କିନ୍ତୁ ଏହି ଦୃଷ୍ଟି ଶକ୍ତି ହରାଇ ବସିବା ପଛରେ କାରଣ ଥିଲା ତାଙ୍କର ଭବିଷ୍ୟତ ଦେଖିବା । ସେ ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇ ଭବିଷ୍ୟତ ଦେଖିବାର ଅଲୌକିକ ଶକ୍ତି ପ୍ରାପ୍ତ କରିଥିଲେ । ସେ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟତ ବାଣୀ କରିଦେଇଛନ୍ତି । ତାଙ୍କର ଚର୍ଚ୍ଚିତ ଭବିଷ୍ୟବାଣୀ ମଧ୍ୟ ୯/୧୧ ଘଟଣା , ୨୦୨୨ କରୋନା ମହାମାରୀ , ବ୍ରେକଜିଟ୍ ଆଦି ସବୁ ଚର୍ଚ୍ଚାରେ ରହିଛି । ୧୯୯୬ ମସିହାରେ ସେ ଦେହତ୍ୟାଗ କରିଥିଲେ ।

Leave a Reply

Your email address will not be published. Required fields are marked *