(ଭିଡିଓ)ପ୍ରେମ-ବିବାହ-ପ୍ରତାରଣା : ବିବାହର ୪ ଦିନରେ ସ୍ତ୍ରୀକୁ ଛାଡି ଫେରାର୍ ହୋଇଗଲା ସ୍ୱାମୀ
1 min readଗଞ୍ଜାମ : କଳୁଷିତ ହୋଇଗଲାଣି ଯୁବପିଢି । ରାଜ୍ୟରେ ଚାଲିଛି ପ୍ରେମ-ଧୋକା-ପ୍ରତାରଣର ଟ୍ରେଣ୍ଡ । ନିକଟରେ ଏହାକୁ ନେଇ ଘଟିଯାଇଛି ଏପରି ଏକ ଅଚିନ୍ତନୀୟ ଘଟଣା । ଯାହା ପାଇଁ ବର୍ତ୍ତମାନ ନିବେଦନ କରୁଛି ୪ ଦିନର ନବ ବିବାହିତା ବଧୂ ।
୭ବର୍ଷ ହେଲା ରହିଥିଲେ ପ୍ରେମରେ ତା ପରେ ରଖିଲେ ଶାରୀରିକ ସଂପର୍କ ଲୋକଙ୍କ ଚାପରେ ଆସିବିବାହ କଲେ । କିନ୍ତୁ ବିବାହର ଚାରିଦିନ ପରେ ଛାଡି ଚାଲିଗଲେ ମହିଳା ଜଣଙ୍କୁ । ଏବେ ଏକେଲା ଚାଳ କୁଡିଆରେ ଦିନ କାଟୁଛି ସନ୍ତୋଷିନୀ । ସ୍ୱାମୀ ଓ ଶାଶୁ ଶଶୁରଙ୍କ ଫେରିବାକୁ କରୁଛନ୍ତି ନିବେଦନ । ହେଲେ କିଏ ଶୁଣିବ ସନ୍ତୋଷିନୀର ନିବେଦନ । କାରଣ ଓଡିଶା ଭଳି ରାଜ୍ୟରେ ବର୍ତ୍ତମାନ ପ୍ରେମ-ବିବାହ-ପ୍ରତାରଣାକୁ ନେଇ ପ୍ରତ୍ୟକ ଦିନ ଘଟିଯାଉଛି ଶହ ଶହ ଅଦେଖା ଅଶୁଣା ଘଟଣା । ବର୍ତ୍ତମାନ ଗଞ୍ଜମ ଜିଲ୍ଲାରୁ ଆସିଛି ଏଭଳି ଏକ ନିନ୍ଦନୀୟ ଘଟଣା ।
ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରେମଓପ୍ରତାରଣା ମାମଲା ବଢି ଚାଲିଥିବା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ପଂଚାୟତର ସିଧାପଲ୍ଲୀ ଗ୍ରାମରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡିଛି । ଏନେଇ ଖଲ୍ଲିକୋଟ ଥାନାରେ ଦାଖଲ ହୋଇଛି ଏକ ଏତଲା।
ଏତଲା ଅନୁଯାୟୀ ସିଧାପଲ୍ଲୀ ଗ୍ରାମର ଲକ୍ଷ୍ମଣ ବେହେରାଙ୍କ ପୁଅ ସୁବ୍ରତ ବେହେରାଙ୍କ ସହ ସେହି ଗ୍ରାମର ରଘୁନାଥ ବେହେରାଙ୍କ କନ୍ୟା ସନ୍ତୋଷିନୀ ବେହେରାଙ୍କ ମଧ୍ୟରେ ବିଦ୍ୟାଳୟରେ ପାଠ ପଢାସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ସହଗତ ୭ବର୍ଷ ହେଲା ସେମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଭୀର ଓ ନିବିଡ ହେବା ସହିତ ବିବାହର ପ୍ରଲୋଭନ ଦେଖାଇ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇ ଆସୁଥିଲା । ଇତି ମଧ୍ୟରେ ମଝିରେ ମଝିରେ ସନ୍ତୋଷିନୀ ପ୍ରେମିକ ସୁବ୍ରତଙ୍କୁ ବିବାହ ଆଶାରେ ପାଖାପାଖି ୭ହଜାର ଟଙ୍କା ଖର୍ଚ ପାଇଁ ଦେଇଥିଲା। ତେବେ ଉକ୍ତ ପ୍ରେମ ଘଟଣା ପ୍ରକଟ ହେବାପରେ ଗ୍ରାମରେ ଗତ୧୯ – ୧୦ – ୨୦୨୨ ତାରିଖରେ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କର ଏକ ବୈଠକ ବସିଥିଲା । ବୈଠକରେ ଉଭୟ ପକ୍ଷଙ୍କ ବୟାନକୁ ଭିତ୍ତିକରି ଭଦ୍ରବ୍ୟକ୍ତି ଓ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ଗ୍ରାମର ଗ୍ରାମ୍ୟଦେବୀଙ୍କ ମନ୍ଦିର ପରିସରରେ ବରକନ୍ୟାଙ୍କ ମଧ୍ୟରେ ଫୁଲମାଳ ଆଦାନପ୍ରଦାନରେ ଶଙ୍ଖାସିନ୍ଦୁର ଦେଇ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା ।
ତେବେ ସୁବ୍ରତଙ୍କ ବାପାମା ଓ ପରିବାରର ସଦସ୍ୟମାନେ ଏହି ପ୍ରେମବିବାହକୁ ସମର୍ଥନ କରୁନଥିଲେ । ତେବେ ପରିବାରର ଚାପରେ ସୁବ୍ରତ ଅସ୍ତବ୍ୟସ୍ତ ହୋଇ ବିବାହର ଚାରିଦିନ ଚତୁର୍ଥୀଦିନ ନବବିବାହିତ ପତ୍ନୀକୁ ଛାଡି କେଉଁଆଡେ ଫେରାର ହୋଇଯାଇଥିଲା ।ସୁବ୍ରତର ଅନୁପସ୍ଥିତିର ସୁଯୋଗ ନେଇ ଶଶୁର ଲକ୍ଷ୍ମଣ ଓ ଶାଶୁରଜନୀ , ଦିଅରକୃଷ୍ଣ ଓ ନଣନ୍ଦ ଗୀତାଞ୍ଜଳି ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେବା ସହ ଜୀବନରେ ମାରିବାକୁ ଉଦ୍ୟମ କରିଥିବା ଖଲ୍ଲିକୋଟ ଥାନାରେ ସନ୍ତୋଷିନୀ ଅଭିଯୋଗ କରିଥିଲେ। ସନ୍ତୋଷିନୀକୁ ଶଶୁରଘର ଲୋକ ତାଙ୍କୁ ଘରବାହାରକୁ କାଢିଦେଇ ଘରେ ଚାବି ପକାଇ ସମସ୍ତେ ରାଜ୍ୟ ବାହାରକୁ ଚାଲିଯାଇଥିଲେ ।
ସନ୍ତୋଷିନୀ ସବୁ ଦିଗରୁ ନିରାଶ ହେବାପରେ ଶେଷରେ ଶଶୁରଘର ଭଙ୍ଗାଚାଳ ବାରଣ୍ଡାରେ ଗତ ଏକମାସ ହେଲାଧାରଣା ଦେଇ ଆସୁଛି । ବର୍ତ୍ତମାନ ଏକସପ୍ତାହ ହେଲା ଗାଁର କିଛିଲୋକଙ୍କ ଉପସ୍ଥିତରେ ଘର ଖୋଲି ଘରଭିତରେ ରହୁଛି। ବାପଘରଲୋକେ ଖାଇବାପାଇଁ ଦେଲେ ସେ ଖାଇବଞ୍ଚୁଛି।ପୋଲିସ ଏତଲା ପାଇବା ପରେ ଥାନାରେ ମକଦ୍ଦମା ରୁଜ୍ଜୁ କରିହାତ ବାନ୍ଧି ବସିଥିବା ବେଳେ ଏଯାବତ ଆସାମୀମାନଙ୍କୁ ଠାବ ହୋଇପାରିନି କ୍ଷ ତେବେ ଅନ୍ୟପକ୍ଷେ ସୁବ୍ରତକୁ ଅନିଛା ସତ୍ବେ ବିବାହ କରାଇଥିବା ସୁବ୍ରତଙ୍କ ପରିବାର ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି। ସନ୍ତୋଷିନୀ ତାର ପ୍ରେମିକ ସ୍ବାମୀସୁବ୍ରତଙ୍କ ଆସିବାବାଟକୁ ଚାହିଁ ରହିଥିବାବେଳେ ସନ୍ତୋଷିନୀକୁ ନ୍ୟାୟମିଳିବା ପର୍ୟ୍ୟନ୍ତ ପ୍ରେମିକର ଘର ଆଗରେ ଧାରଣାଦେବ ବୋଲି ଅଶ୍ରୁସଜଳ ଓ କୋହ ଭରାକଣ୍ଠରେ ପ୍ରକାଶ କରିଛି ପ୍ରତାରିତ ସନ୍ତୋଷିନୀ।