Pratidin TV

Odisha's Digital News Platform

ଗାଁ ଦାଣ୍ଡରେ ଅଜଣା ଜନ୍ତୁ, ଆତଙ୍କିତ ଗ୍ରାମବାସୀ…..

କଙ୍କଡାହାଡ଼ ; ଅଜଣା ଜନ୍ତୁ ଭୟରେ ଘରୁ କବାଟ ଫିଟାଉନାହାନ୍ତି ଲୋକ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଘାଗରାମୁଣ୍ଡା ଗାଁ ରେ ଅଜଣା ଜନ୍ତୁ ଭୟ । ବାଘ ହୋଇଥିବା ନେଇ ଆତଙ୍କିତ ଗ୍ରାମବାସୀ । ସୂଚନା ଅନୁସାରେ ଗତକାଲି ରାତିରେ ଘାଗରାମୁଣ୍ଡା ଗାଁ ରାସ୍ତାରେ ଏକ ଅଜଣାଜନ୍ତୁ ଯିବାର ସିସିଟିଭି ରେ କଏଦ ହୋଇଥିଲା । ଜନ୍ତୁର ଚିତ୍ରଟିକୁ ଦେଖିବା ପରେ ତାହା ବାଘ ଭଳି ଦେଖିବାକୁ ହୋଇଥିବା ବେଳେ ଗାଁ ରେ ଆତଙ୍କ ଖେଳିଯାଇଛି ।

କିଛିଦିନ ପୂର୍ବରୁ ଏହି ଅଞ୍ଚଳ ର ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲ ରୁ ପୁଇନ ନାୟକ ନାମୀ ଜଣେ ମହିଳା ଛେଳି ଚରାଇବାକୁ ଯାଇ ବାଘ ଆକ୍ରମଣ ର ଶିକାର ହୋଇଥିଲେ । ସେହିପରି ବାଘ ଆକ୍ରମଣ ରେ ଦୁଇଟି ଗୋରୁ ମଧ୍ୟ ଗୁରୁତର ହୋଇଥିଲେ । ଯାହାକୁ ନେଇ ବନବିଭାଗ ଆଜି ପର୍ଯ୍ୟନ୍ତ ବାଘର ସନ୍ଧାନ ପାଇନଥିବା ବେଳେ ଘାଗରାମୁଣ୍ଡା ଗାଁ ରେ ଏହି ଅଜଣାଜନ୍ତୁ କୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳ ରେ ବାଘ କୁ ନେଇ ଆତଙ୍କ ଖେଳିଯାଇଛି ।

ଅନ୍ୟ ପଟେ ମହାବିରୋଡ଼ ରେଞ୍ଜର ହରେଶ କିଷାନ ଜନ୍ତୁକୁ ଦେଖି ଏହା ବାଘ ନହୋଇଥାଇ ପାରେ କିନ୍ତୁ ବନବିଭାଗ ତରଫରୁ ଜନ୍ତୁ କୁ ଚିନ୍ହଟ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *