ନଦୀ ଛାଡ଼ି ସ୍କୁଟିରେ ବୁଲୁଛି କୁମ୍ଭୀର , ଭିଡିଓ ହେଲା ଭାଇରଲ …
1 min readପାଣିରେ ରହୁଥିବା କୁମ୍ଭୀର ଏବେ ସ୍କୁଟିରେ ବସି ବୁଲୁଛି । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ମନରେ ପ୍ରଶ୍ନ ଆସୁଥିବ କୁମ୍ଭୀର ପୁଣି ନଦୀ ଛାଡି ସ୍କୁଟିରେ ବୁଲୁଛି । କିନ୍ତୁ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟରେ। ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ଭଦୋଦରା ସହର ନିକଟ ବିଶ୍ଵାମିତ୍ର ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ବନ୍ୟାଜଳ ସହର ଭିତରକୁ ପ୍ରବେଶ କରିଥିଲା। ବନ୍ୟାଜଳରେ କୁମ୍ଭୀର ଚାଲିଆସିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।
ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ୨ ଜଣ ଯୁବକ ଏକ କୁମ୍ଭୀରକୁ ସ୍କୁଟରରେ ବନ ବିଭାଗ କାର୍ଯ୍ୟାଳୟକୁ ନେଉଛନ୍ତି। ରାସ୍ତାରେ ଯାତାୟାତ କରୁଥିବା ଲୋକ ବି ଏହାକୁ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ତେବେ କୁମ୍ଭୀରର ପାଟିକୁ ଟେପ୍ ଜରିଆରେ ବାନ୍ଧି ଦିଆଯାଇଥିଲା। ସୂଚନା ଅନୁସାରେ, କୁମ୍ଭୀରଟି ସହରକୁ ଚାଲିଆସିବା ପରେ ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।
ବନ କର୍ମଚାରୀ ପହଞ୍ଚିବା ପରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା। ପରେ ତା’କୁ ସ୍କୁଟରରେ ବସାଇ କାର୍ଯ୍ୟାଳୟକୁ ନିଆଯାଇଥିଲା। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ୟୁଜର୍ସ ମାନେ ଅନେକ ପ୍ରକାର ମନ୍ତବ୍ୟ ଦେବା ସହିତ ଯୁବକଙ୍କ ସାହସକୁ ପ୍ରଶଂସା କରିଛନ୍ତି ।