ମାତିଛି ମଣିଷ ଖିଆ ଗଧିଆ ,ମାଆ କୋଳରୁ ୩ ବର୍ଷର ଶିଶୁକୁ ଟାଣିନେଲା ..
1 min readମାତିଛି ମଣିଷ ଖିଆ ଗଧିଆ । ଗୋଟେ ପରେ ଗୋଟେ ନେଉଛି ମଣିଷ ମୁଣ୍ଡ । ଏହି ମଣିଷଖିଆ ଗଧିଆ ଟାର୍ଗେଟରେ ରହିଛନ୍ତି ଛୋଟ ଛୁଆ । ଏବେ ଚାରିଆଡେ ଏହି ଗଧିଆ ଚଳାଇଛି ଆତଙ୍କ । ଗୋଟିଏ ପଟେ ବନ ବିଭାଗ ମଣିଷଖିଆ ଗଧିଆକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଅନ୍ୟପଟେ ଗଧିଆ ତା’ର ଆକ୍ରମଣ ଜାରି ରଖିଛି। ଗତକାଲି ବିଳମ୍ବିତ ରାତିରେ ମାଆ କୋଳରୁ ତିନି ବର୍ଷର ଛୁଆକୁ ଟାଣି ନେଇଛି । ଫଳରେ ନିରୀହ ଶିଶୁଟିର ଜୀବନ ଚାଲିଯାଇଛି । ରବିବାର ବିଳମ୍ବିତ ରାତିରେ ଏକ ତିନି ବର୍ଷ ଶିଶୁର ଶିକାର କରିଥିବା ବେଳେ ଜଣେ ମହିଳାଙ୍କୁ ଗୁରୁତର ଆହତ କରିଛି ।
ଗାଁରେ ଘରେ ନିଜ ମାଆ ନିକଟରେ ଶୋଇଥିବା ତିନି ବର୍ଷ ଶିଶୁ କନ୍ୟା ଉପରେ ଗଧିଆ ଆକ୍ରମଣ କରିଥିଲା। ମାଆ ନିକଟରେ ଶୋଇଥିବା ଅଞ୍ଜଳୀ ଉପରେ ଆକ୍ରମଣ କରି ସେଠାରୁ ଘୋଷାଡି ନେଇ ପଳାଇଥିଲା । ଏହି ସମୟରେ ଅଞ୍ଜଳୀ ମାଆ ଖୁବ୍ ଜୋରରେ ପାଟି କରିଥିଲେ। ଗଧିଆ ପଛେ ପଛେ ଧାଇଁ ଥିଲେ । ମାତ୍ର ଅନ୍ଧାରରେ ଗଧିଆ ପଳାଇଥିଲା। ଚିତ୍କାର ଶୁଣି ଲୋକେ ଏକାଠି ହୋଇ ଯାଇଥିଲେ । ଖବର ପାଇ ବନ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନ କ୍ୟାମେରା ଦ୍ୱାରା ଖୋଜାଖୋଜି ଆରମ୍ଭ କରିଥିଲା । ଗାଁ ଠାରୁ କିଛି ଦୂରରେ ଶିଶୁ କନ୍ୟାର ମୃତଦେହ ମିଳିଥିଲା । ମୃତଦେହ ଦେଖି ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତାସହିତ ଗଧିଆ ହରଦୀ କ୍ଷେତ୍ରର ଗ୍ରାମ ପଞ୍ଚାୟତ କୋଟିଆର ମଜରା ବାରାବିଗହା ନିବାସୀ କମଳା (୬୦)ଙ୍କ ଉପରେ ମଧ୍ୟ ଆକ୍ରମଣ କରିଛି । ମହିଳା ଜଣକ ଅଗଣାରେ ଶୋଇଥିବା ସମୟରେ ଗଧିଆ ତାଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପରେ ଅନ୍ୟ ହସ୍ପିଟାଲକୁ ନେଇଥିଲେ । ମହିଳା ଗୁରୁତର ଥିବା ଜଣାପଡିଛି ।