Pratidin TV

Odisha's Digital News Platform

ପୁଣି ଚାଷୀଙ୍କ ମୁହଁରେ ଫୁଟିଲା ହସ, ନୂଆଁଖାଇରେ ହିତାଧିକାରୀ ପାଇବେ ସିଏମ୍ କିଷାନ ଟଙ୍କା

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଭେଟି | ଆସନ୍ତା ନୂଆଖାଇରେ ସିଏମ କିଷାନ ଆସିବ ପ୍ରଥମ କିସ୍ତି ଟଙ୍କା | ଏହି ଯୋଜନାରେ ରାଜ୍ୟ ସରକାର ୨ଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରିବେ ବୋଲି ନିଷ୍ପତି ନେଇଥିବା ବେଳେ ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟଙ୍କୁ ଯିବ | ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ନୂଆଖାଇ ପଡୁଥିବା ବେଳେ ସିଏମ୍ କିଷାନ ଟଙ୍କା ଆକାଉଣ୍ଟକୁ ପଠାଯିବ | ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍ କିଷାନ ତଥା ଅନେକ ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇପାରିବେ | ତେଣୁ ବାଦ ପଡିଥିବା ସମସ୍ତ ଯୋଗ୍ୟ ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି କୃଷି ମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଲୋକସଭା ଭବନ ସମ୍ମିଳନୀ କକ୍ଷ ନିକଟରେ ଆୟୋଜିତ ହୋଇଥିବା ବେଳେ ସେ ଏହି ସୂଚନା ଦେଇଛନ୍ତି |

କୃଷକଙ୍କ ତଥ୍ୟ ଏକ ରେଜିଷ୍ଟ୍ରିରେ ଆଇଡି ସହ ରହିବ। ଏଥିପାଇଁ ପ୍ରତି ଜିଲ୍ଳାରେ ନୋଡ଼ାଲ ଅଧିକାରୀମାନେ ରହିବେ। ସେମାନେ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ। ବାଦ୍‌ ପଡ଼ିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି ବିଭାଗକୁ ଜଣାଇବେ। ଏ ନେଇ ଏକ ମାର୍ଗଦର୍ଶିକା ତିଆରି ହେବ। ସିଏମ୍ କିଷାନ ପୋର୍ଟାଲ ବର୍ଷ ତମାମ ଖୋଲା ରହିବ। ଚାଷୀମାନେ ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ କୌଣସି ପ୍ରକାର ଦେୟ ପ୍ରଦାନ କରିବେ ନାହିଁ। ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ।

ତେବେ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ନାଁକୁ ପରିବର୍ତ୍ତନ କରି ବିଜେପି ସିଏମ କିଷାନ ଯୋଜନା ନାଁରେ ନାମିତ କରାଯାଇଛି | ଯୋଜନାରେ ବାଦ ପଡ଼ିଯାଇଥିବା ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ |

Leave a Reply

Your email address will not be published. Required fields are marked *