Pratidin TV

Odisha's Digital News Platform

କଠିନ ପରିଶ୍ରମ ଆଗରେ ହାର ମାନିଛି ପରିସ୍ଥିତି : ରିକ୍ସା ଚାଳକଙ୍କ ଝିଅ ହେଲେ ଗୋଲ୍ଡ ମେଡାଲିଷ୍ଟ , ନାହିଁ ଗୋଟିଏ ଆଖିର ଦୃଷ୍ଟି ..

1 min read

ନୂଆଦିଲ୍ଲୀ : ଆଜିକାଲି କ୍ୟାବ୍ , ଟ୍ୟାକ୍ସି,ରାପିଡୋ ଦୁନିଆରେ ରିକ୍ସା ଚାଳକଙ୍କ ସତ୍ତ୍ୱା ପୁରାପୁରି ଲୋପପାଇଛି । ଦେଖିବାକୁ ଗଲେ ଆଜି କାଲି ରିକ୍ସା କୋଉଠି କେମିତି ଗୋଟେ ଅଧେ ଚାଲିଛି । କିନ୍ତୁ ତା ମଧ୍ୟରେ ବି ହାର ମାନିନାହନ୍ତି ରିକ୍ସା ଚାଳକ ଝିଅ ଶାମା ପ୍ରବିଣ । ଦାରିଦ୍ରତାର ସୀମାରେଖାଦେଇ ଚାଲୁଥିବା ରିକ୍ସା ଚାଳକଙ୍କ ଘରକୁ ଆସିଛି ସ୍ୱର୍ଣ୍ଣପଦକ । ତା ବି ଫୁଣି ପାଠପଢା ମାଧ୍ୟମରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମେରଠରେ ।

ନିଜ ଘରର କଠିନ ପରିସ୍ଥିତିକୁ ଖାତିର ନକରି ନିଜ ଲକ୍ଷ୍ୟ ହାସଲ କରିବା ପାଇଁଏକାଗ୍ରତ ଭାବେ ଅଧୟନ କରୁଥିବା ଜଣେ ଝିଅ ଏବେ ସଫଳତା ପାଇଛନ୍ତି । ବର୍ତ୍ତମାନ ଏକ ରିକ୍ସାଚାଳକଙ୍କ ଝିଅ ଏହାର ସର୍ବଶେଷ ଉଦାହରଣ ଭାବରେ ଉଭା ହୋଇଛନ୍ତି । ରିକ୍ସାଚାଳକଙ୍କ ଝିଅ ମେରଠ ର ଚୌଧରୀ ଚରଣସିଂ ବିଶ୍ୱବିଦ୍ୟାଳୟରୁ ବି.ଏସ୍‌ସି ଗଣିତରେ ସ୍ୱର୍ଣ୍ଣ ପଦକ ହାସଲକରିଛନ୍ତି । ନିଜ ସ୍ୱପ୍ନକୁ ବାସ୍ତବରେ ପରିଣତକରିବା ପାଇଁଶାମା ପରବିନ୍‌କଠିନ ପରିସ୍ଥିତିରେ ଅଧ୍ୟୟନ କରିଥିଲେ । କେବଳଏତିକି ନୁହେଁ ଗୋଟିଏ ଆଖିରେ ଦୃଷ୍ଟି ଶକ୍ତି ହରାଇବସି ମଧ୍ୟ ସେ ଜିଲ୍ଲା ଟପ୍ପର ହୋଇ ସ୍ୱର୍ଣ୍ଣ ପଦକ ହାସଲକରିଥିଲେ । ଶାମାଙ୍କୁ ରାଜ୍ୟପାଳ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ଯେଉଁଥି ପାଇଁ ସେଚାରିଆଡ଼େ ପ୍ରଶଂସା ସାଉଁଟୁଛନ୍ତି । ଯାହା ଏକ ରିକ୍ସାଚାଳକ ପାଇଁ ଏକ ଭାବପ୍ରବଣମୁହୂର୍ତ୍ତ ଥିଲା । ଏବଂ ଶାମାଙ୍କ ପରିବର ପାଇଁ ଗର୍ବ ଓ ଗୌରବର ଦିନ ।

Advertisement

ଶାମାଙ୍କ ବାପା ରିକ୍ସାଚଲେଇବା ସହ ଫେରିବାଲା ମଧ୍ୟ ତେଣୁ ଶାମା ଘରର ବଡ଼ଝିଅ ହୋଇଥିବା ବେଳେ ସମସ୍ତ ଦାୟିତ୍ୱ ତାଙ୍କ ଉପରେ ଅଛି ବୋଲି କହିଛନ୍ତ ି ଶ।ମା । ଶାମାଙ୍କ ଗୋଟିଏ ଆଖିକୁ ଦେଖାଯାଉନଥିବା କାରଣରୁ ସେଲୋକଙ୍କ ଠାରୁ ବିଭିନ୍ନ ପ୍ରକାର କଥା ମଧ୍ୟ ଶୁଣିଥାନ୍ତି କିନ୍ତୁ ସେଏହି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଫଳରେ ସେ ଆଜି ସଫଳତାର ଶିର୍ଶରେ ପହଂଚିଛନ୍ତି । ଶାମା ଙ୍କ ସ୍ୱପ୍ନ ଅଛି ସେ ଜଣେ ଆଇଏଏସ୍ ଅଫିସରହେବେ ଯେଊଁଥି ପାଇଁଏହାକୁ ବାସ୍ତବରେ ପରିଣତ କରିବା ପାଇଁ ଲାଗିପଡ଼ିଛନ୍ତି ଶାମା । ଏହିସଫଳତା ପଛରେ ତାଙ୍କ ରିକ୍ସାଚାଳକ ବାପାଙ୍କ ହାତ ଥିବା କହିଛନ୍ତି ଶାମା ।

Leave a Reply

Your email address will not be published. Required fields are marked *