Pratidin TV

Odisha's Digital News Platform

(ଭିଡିଓ) ବାପାଙ୍କ ସାମ୍ନାରେ ଅପହରଣ ହୋଇଥିଲେ ଯୁବତୀ : ଅଭିଯୋଗର ୧୨ ଘଣ୍ଟା ପରେ ସାମ୍ନାକୁ ଆସିଲା ପୁରା ସତ

1 min read

ହାଇଦ୍ରାବାଦ୍ : ଝିଅ ଅପହରଣକୁ ନେଇ ସାମ୍ନାକୁ ଆସିଛି ଏକ ଚମକାଇଦେଲା ଭଳିଆ ଘଟଣା । ନିଜ ଅପହରଣ ନିଜେ ରଚିଥିଲେ ଯୁବତୀ । ତେବେ ଚାଲନ୍ତୁ ଜାଣିବା କାହିଁକି ଜଣେ ଯୁବତୀ ନିଜ ଅପହରଣ ନିଜେ ରଚିଥିଲେ ।
ବାପାଙ୍କ ଆଗରେ ଅପହରଣ ହେଲା ୧୮ ବର୍ଷିୟା ଝିଅ । । ତେଲଙ୍ଗାନାର ରାଜନ୍ନା ଜିଲାର ଏକ ଗାଁରେ ଘଟିଛି ଏଭଳି ଏକ ଘଟଣା । ଅପହରଣ ହେବାର ୧୨ ଘଂଟା ମଧ୍ୟରେ ସମ୍ପୂର୍ଣ୍ଣ ଘଟଣାର ସତ ଜଣାପଡିଛି । ଯୁବତୀ ଜଣଙ୍କ ଅପହରଣ ହୋଇନଥିଲେ ବରଂ ନିଜ ଅପହରଣ ନିଜେ ଯୋଜନା କରି ସେଥିରେ ସଫଳ ମଧ୍ୟ ହୋଇଥିଲେ ।

ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟାବେଳେ ଝିଅଜଣକ ମନ୍ଦିରରୁ ବାପାଙ୍କ ସହ ଫେରୁଥିଲେ । ଏତିକିବେଳେ ୪ ଜଣ ମୁଖାପିନ୍ଧା ଯୁବକ କାରରେ ଆସି ବାପାଙ୍କୁ ଠେଲାପେଲା କରି ଝିଅଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ । ସିସିଟିଭିରେ କଏଦ ହୋଇଥିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଯେ ଝିଅଟି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜୋର ଜବରଦସ୍ତ ତାଙ୍କୁ ଟାଣି ଦେଉ ଯାଉଛନ୍ତି । ଆଉ କାରକୁ ବନ୍ଦ କରି ଦେଉଛନ୍ତି । ବାପା କାର ପଛରେ ଦୌଡିବା ବେଳେ ସେମାନେ ପଳାଇ ପଳାଉଛନ୍ତି । ୧୮ ବର୍ଷିୟା ଯୁବତୀଙ୍କ ବାପା ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଅଭିଯୋଗ କଲେ । ଘଟଣାର ତଦନ୍ତ ଲାଗି ପୋଲିସ ୬ଟି ଟିମ୍ ଗଠନ କରି ଝିଅଙ୍କୁ ଖୋଜିବାରେ ଲାଗିଗଲା । ଏକ ଭିଡିଓ ଜାରି କରି ସମ୍ପୃକ୍ତା ଝିଅ ନିଜ ମିଛ ଅପହରଣର ଗୁମର ଫିଟାଇଥିଲେ ।

Advertisement

ଅପହରଣ କରିଥିବା ଯୁବକଙ୍କ ମଧ୍ୟରୁ ଜଣେ ଥିଲେ ସମ୍ପୃକ୍ତା ଝିଅଙ୍କ ପ୍ରେମିକ । ପୁଅ ଛୋଟ ଜାତିର ହୋଇଥିବା ଯୋଗୁ ଝିଅଙ୍କ ବାପା ଏ ସମ୍ପର୍କକୁ ସ୍ୱୀକୃତି ଦେଉ ନ ଥିଲେ । ଏହାପରେ ଦୁହେଁ ମିଶି ଏକ ଅପହରଣ ନାଟକର ଯୋଜନା କଲେ । ଘଟଣାର ୧୦ ମାସ ପୂର୍ବରୁ ଦୁହେଁ ବାହା ହୋଇଯାଇଥିବାବେଳେ ଶିଶୁ ବିବାହ ମାମଲାରୁ ବଞ୍ଚିବା ପାଇଁ ସେମାନେ ବାହାଘରକୁ ଗୋପନୀୟ ରଖିଥିବା ଝିଅଜଣକ କହିଛନ୍ତି । ଅପହରଣ ପରେ ଦୁହେଁ ଏକ ମନ୍ଦିରରେ ବୈଦିକ ରୀତିନୀତିରେ ବାହାହୋଇଛନ୍ତି । ଏବେ ଏହାର ଭିଡିଓ ଖୁବ୍ ଜୋରରେ ବାରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *