କୋର୍ଟରୁ ଫେରିଲାବେଳେ ସନ୍ଦୀପଙ୍କୁ ବାଜିଲା ଶକ୍ତ ଚାପୁଡ଼ା …
1 min readକୋଲକାତା ଆରଜି କର କଲେଜ ରେ ହୋଇଥିବା ସେହି ବିଭତ୍ସ ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିବାଦ ହେଉଛି । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଡାକ୍ତର । ତେବେ ଏହାରି ମଧ୍ୟରେ ଆରଜି କର କଲେଜ ରେ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରି ଆଠ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଗିରଫ ପରେ କୋର୍ଟରୁ ବାହାରିବାବେଳେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଉପରେ ଆକ୍ରମଣ ହୋଇଛି।
କୋର୍ଟରୁ ବାହାରକୁ ଆସିବା ସମୟରେ ଏକ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଚାପୁଡା ମାରିଛନ୍ତି। ସେ ସିଆରଏଫ୍ ଏବଂ କୋଲକାତା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ଚାପୁଡା ମାରିଛନ୍ତି। ଏଥିସହ ତାଙ୍କୁ ଦେଖିବା ମାତ୍ରେ ଲୋକମାନେ ଦୁର୍ବବ୍ୟହାର କରିବା ସହ ଏପରିକି ତାଙ୍କୁ ଫାଶୀ ଦେବାକୁ ନାରା ଲଗାଇଥିଲେ। ମିଳିଥିବା ସୂଚନାନୁଯାୟୀ,ମଙ୍ଗଳବାର ସିବିଆଇର ଟିମ ସନ୍ଦୀପ ଘୋଷଙ୍କୁ ନେଇ ଅଲିପୁର କୋର୍ଟରେ ପହଞ୍ଚିଥିଲା। ସେହି ସମୟରେ ବହୁ ସଂଖ୍ୟକ ଲୋକଙ୍କର ଭିଡ ରହିଥିଲା। କୋର୍ଟରୁ ଫେରିବା ସମୟରେ ତାଙ୍କ ଚାରିପାଖରେ ବିରୋଧ ଆରମ୍ଭ ହୋଇଯାଇଥିଲା। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡା ମାରିଥିଲେ ।ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଗତ ମାସ ୯ ତାରିଖରେ ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସନ୍ଦୀପ୍ଙ୍କୁ ପ୍ରିନ୍ସିପାଲ ପଦରୁ ହଟାଯାଇ ତାଙ୍କୁ କାଲ୍କାଟା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସପାଲ ନିଯୁକ୍ତ କରାଯାଇଥିଲା। ଏହାକୁ ନେଇ ବିବାଦ ଜୋର୍ଦାର ହେବାରୁ ତାଙ୍କୁ ଅର୍ନିଦ୍ଦିଷ୍ଟ କାଳ ଛୁଟିରେ ରହିବାକୁ କୁହାଯାଇଥିଲା। ଅନିୟମିତତା ମାମଲାରେ ଗିରଫ ସନ୍ଦୀପଙ୍କୁ ୮ ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି।