Pratidin TV

Odisha's Digital News Platform

ଓଡିଶାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ BF.7

1 min read

ଭୁବନେଶ୍ୱର : ଭାରତକୁ କୋଭିଡ୍ ଭୟ ଘାରିଥିବା ବେଳେ , ପୁଣି ରାଜ୍ୟରେ ପଶିଲାଣି ନୂଆ ବାରିଏଣ୍ଟ । ଓଡିଶାରେ ନୂଆ ଭାରିଏଣ୍ଟ BF.7 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଜାତୀୟ ଗଣାମଧ୍ୟମ ରିପୋର୍ଟ ପ୍ରାକଶ କରିଛି । ଯାହାକୁ ନେଇ ରାଜ୍ୟରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଯାଇଛି । ଲୋକମାନଙ୍କ ମଧ୍ୟରେ ପୁଣି କରୋନାର ଭୟ ସୃଷ୍ଟି ହୋଇଛି । ମାହମାରୀର ଭୟ ମନରୁ ଲିଭିନଥିବା ବେଳେ ପୁଣି ସେଇ ସ୍ଥାନକୁ ଆକ୍ରମଣ କରିଛି ନୂଆ ଭାରିଏଣ୍ଟ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କୋଭିଡ୍ର ଓମିକ୍ରନ୍ ଭାରିଏଣ୍ଟ BF.7 ଓଡ଼ିଶାରେ ଚିହ୍ନଟ ହୋଇଛି। ଓଡ଼ିଶା ପରି ଗୁଜରାଜଟ୍ରେ ମଧ୍ୟ ଚିହ୍ନଟ ହୋଇଛି। ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗୁଜରାଟରେ ୨ ଜଣ ହୋଇଛନ୍ତି। ରିପୋର୍ଟ ଅନୁସାରେ ନୂଆ ଭାରିଏଣ୍ଟ ଅକ୍ଟୋବରରେ ଚିହ୍ନଟ ହୋଇଥିଲା। ସଂପ୍ରତି BF.7 ଭାରିଏଣ୍ଟ ଚୀନ୍ରେ ଆତଙ୍କ ସୃଷ୍ଟି କରିଛି।

Advertisement

ଗୋଟେପଟେ ଚୀନ,ଆମେରିକା. ସାଉଥ୍ କରିଆ, ଜାପାନ ଏବଂ ବ୍ରାଜିଲରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ , ଭାରତକୁ ଗ୍ରାସ କରିଛି ଭୟ । ବିମାନବନ୍ଦର ଗୁଡିକରେ ସାମ୍ଫଲ ଟେଷ୍ଟକୁ ବାଧ୍ୟତାମୂଳକ କରାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏନେଇ ଆଜି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ନୂଆ ଭେରିଏଣ୍ଟ ଉପରେ ଆଲୋଚନା କରିଥିଲେ।

ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, କୋଭିଡ୍ ଯାଇନି। ଆଲର୍ଟ ରହିବାକୁ ପଡ଼ିବ। ସର୍ଭେଲାନ୍ସ ସୁଦୃଢ଼ ସହ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। କୋଭିଡ୍ ଟିକା ନେଇଯିବାକୁ ଲୋକଙ୍କୁ ଅପିଲ୍ କଲେ ମାଣ୍ଡଭୀୟ।

ନୀତି ଆୟୋଗ ସଦସ୍ୟ ଡଃ ବିକେ ପଲ୍ କହିଛନ୍ତି, ଯଦି ଆପଣ ଭିଡ ଥିବା ସ୍ଥାନରେ, ଘରେ କିମ୍ବା ବାହାରେ ଅଛନ୍ତି ତେବେ ମାସ୍କ ବ୍ୟବହାର କରନ୍ତୁ। ଏହା କମ୍ ବୟସ୍କ ଓ ଅଧିକ ବୟସ୍କ ଲୋକଙ୍କ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା କେବଳ ୨୭ରୁ ୨୮ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଆମକୁ ଏହାକୁ ବଢ଼ାଇବାକୁ ହେବ। ବୁଷ୍ଟର ଡୋଜ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ବରିଷ୍ଠ ନାଗରିକମାନେ ଏହାକୁ ଖୁବଶୀଘ୍ର ନେବାକୁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *