Pratidin TV

Odisha's Digital News Platform

ମାଁଙ୍କ ପୋଷାକର ମଜାକ୍ ଉଡାଇଲା ପୁଅ !

1 min read

ନୂଆଦିଲ୍ଲୀ : ବି-ଟାଉନର ହଟ୍ , ଗ୍ଲାମରିୟସ୍ କୁଇନ ମଲ୍ଲାଇକାଙ୍କୁ କିଏ ଅବା ନଜାଣେ । ନିଜ ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ନିଜ ପେଶା ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି ଗ୍ଲାମର କୁଇନ । ସେ ନିଜ ପୋଷାକକୁ ନେଇ ହେଉ କିମ୍ବା ବୟଫ୍ରେଣ୍ଡ ଅଜ୍‌ୁର୍ନଙ୍କୁ ନେଇ ହେଉ । ସବୁବେଳେ ବି-ଟାଉନର ଆଖି ଆକର୍ଷଣ କରିଥାନ୍ତି ଏହି ନାୟିକା । ତେବେ ନିକଟରେ ମଲାଇକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିଜ ଡ୍ରେସିଂ ଷ୍ଟାଲରେ ପ୍ରସଂସକଙ୍କ ମନକିଣୁଥିବା ଏହି ନାୟିକାଙ୍କୁ ତାଙ୍କ ପୋଷାକ ପାଇଁ ଅପମାନ କରିଛନ୍ତି ତାଙ୍କ ନିଜ ପୁଅ । ନିକଟରେ

ମଲାଇକାଙ୍କ ପୋଷାକର ମଜା ଉଡାଇଲେ ପୁଅ ଅରହାନ । ଖୋଲାଖୋଲି ଭାବେ କଲେ ପରିହାସ । ଅଭିନେତ୍ରୀ ମଲାଇକା ଅରୋରା ଫ୍ୟାଶନ୍ ସାଙ୍ଗକୁ ନିଜର ବୋଲ୍ଡନେସ୍କୁ ନେଇ ରହିଥାନ୍ତି ଚର୍ଚ୍ଚାରେ । । କିନ୍ତୁ ଆପଣ ଜାଣନ୍ତି କି ମଲାଇକାଙ୍କ ପୁଅ ମଲାଇକାଙ୍କ ଡ୍ରେସିଂ ଭାବନାକୁ ଆଦୌ ପସନ୍ଦ କରନ୍ତି ନାହିଁ । ଯେତେବେଳେ ଅରହାନ ଖୋଲାଖୋଲି ଭାବେ ମାତା ମଲାଇକା ଆରୋରାଙ୍କ ପୋଷାକକୁ ପରିହାସ କରିଥିଲେ ସେତେବେଳେ ଏହା ପ୍ରକାଶ ପାଇଲା । ଅରହାନ ମଲାଇକାଙ୍କ ପୋଷାକକୁ ପରିହାସ କରି ଏପରି କଥା କହିଥିଲେ, ଅଭିନେତ୍ରୀ ଏହା ଶୁଣି ଆଶ୍ଚର‌୍ୟ୍ୟ ହୋଇଗଲେ । ଏଥିସହିତ ସୋସିଆଲ ମିଡିଆରେ ଅରହାନଙ୍କ ମନ୍ତବ୍ୟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

Advertisement

ନିକଟରେ ମଲାଇକାଙ୍କ ପୁଅ ଅରହାନ ମା’ଙ୍କ ପୋଷାକକୁ ଜେଲର କଏଦୀଙ୍କ ଭଳି ବୋଲି କହିଛନ୍ତି । ଅଭିନେତ୍ରୀଙ୍କ ରିଆଲିଟି ଶୋ’ ‘ମୁଭିଂ ଇନ୍ ଉଇଥ୍ ମଲାଇକା’ରେ ଏଭଳି କିଛି ଘଟଣାବଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଭିଂ ଇନ୍ ଉଇଥ୍ ମଲାଇକା’ର ସଦ୍ୟତମ ଏପିସୋଡ୍ରେ ମା’ଙ୍କ ମଜା ଉଡାଇଛନ୍ତି ଅରହାନ୍ । ଏଥିରେ ମଲାଇକା ଏକ ଗ୍ଲାମରର୍ସ ଟପ୍ ସହ ପ୍ୟାଣ୍ଟ ପିନ୍ଧିଥିଲେ । ଅରହାନ୍ ତାକୁ ଦେଖି ଟେବୁଲ୍ ନାପକିନ୍ ସହ ତୁଳନା କରିଥିଲେ । ଏପରିକି ସେ ଜେଲର କଏଦୀ ଭଳି ଦେଖାଯାଉଥିବା କହିଥିଲେ । ପୁଅଙ୍କ ମୁହଁରୁ ଏଭଳି କଥା ଶୁଣି ମଲାଇକା କ’ଣ କହିବେ ବୁଝିପାରି ନ ଥିଲେ । ଶେଷରେ ସେ କେବଳ ହସିଥିଲେ ।

Leave a Reply

Your email address will not be published. Required fields are marked *