Pratidin TV

Odisha's Digital News Platform

ଦିନକୁ ମାତ୍ର ୩୦ ମିନିଟ୍‌ ଶୋଇ ମଧ୍ୟ ଫିଟ୍‌ ଅଛନ୍ତି ଏହି ଯୁବକ !

ଦିନକୁ ମାତ୍ର ୩0 ମିନିଟ ଶୋଇ ମଧ୍ୟ ପୁରା ଫିଟ ମଡେଲ | ସାଧାରଣତଃ ଜଣେ ମଣିଷ ସୁସ୍ଥ ରହିବା ପାଇଁ ଅତିକମରେ ୬ ରୁ ୭ ଘଣ୍ଟା ଶୋଇବା ଆବଶ୍ୟକ | ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ କମ ନିଦ୍ରାରେ ନକାରାତ୍ମକ ପ୍ରଭାବ ପଡିଥାଏ | ତେବେ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣ କରି ଦେଖାଇଛନ୍ତି ଜଣେ ମଡେଲ | ଯାହାଙ୍କ ନାଁ ହେଉଛି ଡାଏସୁକେ ହୋରି | ଜାପାନର ହାଇଗୋ ପ୍ରଦେଶରେ ରୁହନ୍ତି ଏହି ବ୍ୟକ୍ତି | ଗତ ୧୨ ବର୍ଷ ଧରି ସେ ଦିନକୁ ମାତ୍ର ୩0 ମିନିଟ ଶୋଇଥାନ୍ତି | ତେବେ ମଡେଲ ଜଣଙ୍କ କହିଛନ୍ତି, ତାଙ୍କ ଜୀବନକୁ ଦ୍ବିଗୁଣିତ କରିବା ପାଇଁ ଏଭଳି ସୂତ୍ର ବ୍ୟବହାର କରନ୍ତି | ହୋରି ଦାବି କରନ୍ତି ସେ ନିଜେ ଶରୀର ଓ ମନକୁ ଏପରି ପ୍ରସ୍ତୁତ କରିଛନ୍ତି କି ୩0 ମିନିଟ ଶୋଇବା ପରେ ପୁନର୍ବାର କାମ କରିବାକୁ ସେ ପୁରା ଫିଟ ହୋଇଯାଇଥାନ୍ତି |

କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି, ୩0 ମିନିଟ ଶୋଇବା ଅଭ୍ୟାସ କରିବା ପରେ ତାଙ୍କ କାର୍ଯ୍ୟଦକ୍ଷତା ହ୍ରାସ ହେବ ପରିବର୍ତ୍ତେ ବୃଦ୍ଧି ପାଇଛି | ହୋରିଙ୍କ ଏହି ଦାବି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇ ଡ଼ିସେଇଚି | ୩0 ମିନିଟ ଶୋଇଲେ ମନରେ ନକରାତ୍ମକ ପ୍ରଭାବ ନୁହେଁ ବରଂ ସକାରତ୍ମକ ପ୍ରଭାବ ପଡେ ବୋଲି ହୋରି କହିଛନ୍ତି | ତେବେ ସେ ଏହା ମଧ୍ୟ କହିଛନ୍ତି ଆପଣ ନିୟମିତ ବ୍ୟାୟାମ କରନ୍ତି, ଏବଂ ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ କଫି ନିଅନ୍ତି ତେବେ ଏହା ଆପଣଙ୍କୁ ନିଦରୁ ରକ୍ଷା କରିଥାଏ | କ୍ରମାଗତ ଏକାଗ୍ରତ ସହ କାମ କରିବା ଦୀର୍ଘ ଦିନ ନିଦ ଅପେକ୍ଷା ଭଲ ଏବଂ ଗଭୀର ନିଦ ଗୁରୁତ୍ୱପୂର୍ଣ୍ଣ | ଯେଉଁମାନେ ନିରନ୍ତର ଏକାଗ୍ରତ ଆବଶ୍ୟକ କରନ୍ତି ସେମାନେ ଅଧିକ ଶୋଇବା ଅପେକ୍ଷା ଅଧିକ ଗୁଣାତ୍ମକ ନିଦ ପାଇବା ଉଚିତ | ତେବେ ଏପର୍ଯ୍ୟନ୍ତ ହୋରି ୨୧00 ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ୱଳ୍ପ ସମୟ ଶୋଇବା ଉପରେ ତାଲିମ ମଧ୍ୟ ଦେଇଛନ୍ତି ଏବଂ ମଡେଲିଂ କରିବା ସହ ଅନେକ କ୍ଷେତ୍ରରେ ପୁରସ୍କାର ମଧ୍ୟ ପାଇଥାନ୍ତି |

Leave a Reply

Your email address will not be published. Required fields are marked *