ପ୍ୟାରିସ ପାରାଅଲିମ୍ପିକ୍ସ:ସ୍ବର୍ଣ୍ଣ ଜିତିଲେ ହରବିନ୍ଦର ଓ ଧରମବୀର..
1 min readପ୍ୟାରିସ୍ ପାରାଲିମ୍ପିକ୍ସ ରେ କମାଲ କରୁଛନ୍ତି ଭାରତୀୟ ପାରା ଖେଳାଳି।ସପ୍ତମ ଦିନରେ ଭାରତକୁ ଆସିଲା 4 ପଦକ । 2ଟି ଗୋଲ୍ଡ ଓ 2ଟି ସିଲଭର ପଦକ ଭାରତକୁ ମିଳିଛି । ତୀରନ୍ଦାଜୀରେ ହରବିନ୍ଦର ସିଂ ଓ ପୁରୁଷ କ୍ଲବ ଥ୍ରୋ F51ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଧରମବୀର । ସେହିପରି ପ୍ରଣବ ସୋର୍ମା ପୁରୁଷ କ୍ଲବ ଥ୍ରୋ F51ରେ ରୌପ୍ୟ ଓ ପୁରୁଷ ସଟଫୁଟରେ ସଚିନ ଖିଲାରିଙ୍କୁ ରୌପ୍ୟ ପଦକ ମିଳିଛି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 24ରେ ପହଞ୍ଚିଛି । ଯାହା ସର୍ବକାଳିନ ରେର୍ଡ ।
ଖେଳରେ ଧର୍ମବୀରଙ୍କ ଆରମ୍ଭ ବହୁତ ଖରାପ ଥିଲା। ପ୍ରଥମ ଚାରୋଟି ଥ୍ରୋ ଖରାପ ଥିବା ବେଳେ ପଞ୍ଚମ ଥ୍ରୋରେ ସେ ତାଙ୍କର ସମସ୍ତ ଅଭିଜ୍ଞତା ଏବଂ ଶକ୍ତି ବ୍ୟବହାର କରି ୩୪.୯୨ ମିଟର ଦୂରତାକୁ ଫିଙ୍ଗି ବିଜୟ ଲାଭ କରିଥିଲେ। ଏହାପରେ ସେ ୩୧.୫୯ ମିଟରର ଶେଷ ଏବଂ ଷଷ୍ଠ ଥ୍ରୋ କରିଥିଲେ। ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪: ଷଷ୍ଠ ଦିନରେ ୫ ପଦକ ସହ ଭାରତକୁ ମୋଟ ୨୦ ପଦକ ସେହିପରି ପ୍ରଣବ ସୁରମା ପ୍ରଥମ ଥ୍ରୋ ୩୪.୫୯ ମିଟର, ଦ୍ୱିତୀୟ ଥ୍ରୋ ୩୪.୧୯ ମିଟର ପର୍ଯ୍ୟନ୍ତ ଫିଙ୍ଗିଥିଲେ। ତାଙ୍କର ତୃତୀୟ ଥ୍ରୋ ଖରାପ ଥିଲା। ବାକି ତିନୋଟି ଥ୍ରୋରେ ମଦ୍ୟ ସେ ନିଜର ପ୍ରଥମ ପ୍ରୟାସରେ ବରାବର ଭାବେ ପହଞ୍ଚିନଥିଲେ। ତାଙ୍ଜର ପ୍ରଥମ ଥ୍ରୋ ତାଙ୍କୁ ସିଲଭର ମେଡାଲ ଜିତାଇଥିଲା। କ୍ଲବ ଥ୍ରୋର ଏଫ୫୧ ବର୍ଗର ଫାଇନାଲରେ ଧର୍ମବୀର ଏବଂ ପ୍ରଣବ ସୁରମା ମେତାଲ ଜିତିବାରେ ସଫଳତା ହାସଲ କରିଥିଲେ। ଅମିତ କୁମାରଙ୍କୁ ନିରାଶ ହେବାକୁ ପଡିଛି। ସେ ନିଜର ସର୍ବଶ୍ରେଷ୍ଠ ଥ୍ରୋ ୨୩.୯୬ ମିଟର ପର୍ଯ୍ୟନ୍ତ ପକାଇଥିଲେ। ଏହି କାରଣରୁ ସେ ପୋଡିୟମ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ। ଫାଇନାଲରେ ୧୦ ଆଥଲେଟ ଭାଗ ନେଇଥିଲେ ଏବଂ ସେ ୧୦ମ ନମ୍ବରରେ ରହିଥିଲେ।