Pratidin TV

Odisha's Digital News Platform

ଉଦାସନବୀନଙ୍କୁ ହସାଇଦେଲେ ବିଜେଡି ଯୁବ କର୍ମୀ , ଗୁରୁଦିବସରେ ଦେଲେ ଏଭଳି ସରପ୍ରାଇଜ୍ …

1 min read

ମନରେ ଅନେକ କୋହ , ହେଲେ ମୁହଁରେ ହସଫୁଟାଇ ଆଜି ଶଙ୍ଖ ଭବନରେ କର୍ମୀ ମାନଙ୍କୁ ଭେଟିବାକୁ ଆସିଥିଲେ ନବୀନ । କିନ୍ତୁ ସେଠାରେ ପହଞ୍ଚିବାରେ ନିଜେ ଆଶ୍ଚର୍ଯ୍ୟ ହୋଇପଡିଥିଲେ ନବୀନ ବାବୁ । ସମର୍ଥକଙ୍କ ଭିଡ ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ ନବୀନ ପଟ୍ଟନାୟକ।

ଏଭଳି କିଛି ରୋଚକ ଚିତ୍ର ଆଜି ଦେଖିବାକୁ ମିଳିଥିଲା ଶଙ୍ଖ ଭବନ ପରିସରରେ। ଆଜି ଭୁବନେଶ୍ବର ୟୁନିଟ୍ ୬ ସ୍ଥିତ ଶଙ୍ଖ ଭବନରେ ବିଜୁ ଜନତା ଦଳର ସଂଖ୍ୟା ଲଘୁ ଗୋଷ୍ଠୀଙ୍କ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ କରାଯାଇଛି। ତେବେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟ କ୍ରମରେ ଯୋଗ ଦେବା ସମୟରେ ହଠାତ୍ ଦେଖିବାକୁ ମିଳିଥିଲା ରୋଚକ ଚିତ୍ର। ନିଜ କାର ଭିତରେ ବସି ଶଙ୍ଖ ଭବନ ପରିସରରେ ଆସୁଥିବା ସମୟରେ ଭାବ ବିହ୍ୱଳ ହୋଇ ଉଠିଲେ ନବୀନ। ହଠାତ୍ ସେ ଆଶ୍ଚର୍ଯ୍ୟ ହୋଇଯିବା ସହ କର୍ମୀ ମାନଙ୍କ ଦ୍ବାରା ଅଦ୍ଭୂତ ପୂର୍ବ ସମର୍ଥନ ଦେଖି ତାଙ୍କ ଦୁଃଖ କୁଆଡେ ଦୂରେଇ ଯାଇଥିଲା ଆଉ ହଠାତ୍ ହସି ଉଠିଥିଲେ ସେ ।

Advertisement

ହୁଏତ ଚଳିତ ବର୍ଷ ନିର୍ବାଚନରେ ସେ ହାରି ଯାଇଛନ୍ତି ହେଲେ ହାରି ଯାଇନି ତାଙ୍କ ଉତ୍ସାହ। ହାରି ଯାଇନି ତାଙ୍କ ଭଲ ପାଇବା। ବିଗତ କିଛି ଦିନ ଧରି ଶଙ୍ଖ ଭବନରେ ବିଭିନ୍ନ ଗୋଷ୍ଠୀର କାର୍ଯ୍ୟ କାରିଣୀ ଆୟୋଜିତ ହେଉଥିବା ବେଳେ ପ୍ରତ୍ୟେକ ବୈଠକରେ ନିଜେ ନବୀନ ଉପସ୍ଥିତ ରହି ସାଙ୍ଗଠନିକ କାର୍ଯ୍ୟ କୁ ଆଗକୁ ନେଉଛନ୍ତି। ସେପଟେ କର୍ମୀ ମାନଙ୍କର ଏ ଭଳି ଉତ୍ସାହ ଓ ନବୀନଙ୍କ ପ୍ରତି ଭଲ ପାଇବା ସାଧାରଣରେ ଆଲୋଚନାର ମୂଳ କେନ୍ଦ୍ର ପାଲଟିଛି।

Leave a Reply

Your email address will not be published. Required fields are marked *