Pratidin TV

Odisha's Digital News Platform

କାହିଁକି ଗଣେଶ ଚତୁର୍ଥୀରେ ଜହ୍ନ ଦେଖିବା ମନା ? ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ….

1 min read

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ଅତି ଧୁମଧାମରେ ପାଳନ କରାଯାଏ। ପୌରାଣିକ ବିଶ୍ବାସ ଅନୁଯାୟୀ ଗୌରୀ ପୁତ୍ର ଭଗବାନ ଶ୍ରୀ ଗଣେଶ ଚତୁର୍ଥୀ ତିଥିର ମଧ୍ୟାହ୍ନରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଏହି ଜନ୍ମ ତିଥିକୁ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଏ। ଏହି ଦିନ ସାରା ଭାରତ ବର୍ଷରେ ଶ୍ରୀଗଣେଶ ପୂଜା ପାଳିତ ହୋଇଥାଏ। ଆଜିକାଲି ବିଦେଶରେ ମଧ୍ୟ ଏହା ପାଳିତ ହେଉଛି। ଗଣେଶ ଚତୁର୍ଥୀକୁ ‘କଳଙ୍କି ଚତୁର୍ଥୀ’ ମଧ୍ୟ କୁହାଯାଏ। ରିଦ୍ଧି ସିଦ୍ଧିଙ୍କ ଦାତା ପ୍ରଭୁ ଶ୍ରୀଗଣେଶଙ୍କୁ ଏହି ଦିନ ଘରେ ସ୍ଥାପନା କରାଯାଏ। ଶାସ୍ତ୍ର ଅନୁଯାୟୀ, ଏହି ଦିନ ଭୁଲ୍‌ରେ ବି ଜହ୍ନ ଦେଖିବା କଥା ନୁହେଁ। କୁହାଯାଏ, ଯେଉଁ ବ୍ୟକ୍ତି ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମାଙ୍କ ଦର୍ଶନ କରନ୍ତି, ତାଙ୍କ ଉପରେ ପଡିଥାଏ ଅଭିଶାପ ।

ବିଶ୍ବାସ ଅନୁଯାୟୀ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦେଖିବା ଉଚିତ୍ ନୁହେଁ। ଯଦି କେହି ବ୍ୟକ୍ତି ଏହାକୁ ଅମାନ୍ୟ କରି ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମା ଦର୍ଶନ କରେ ତେବେ ସେହି ବ୍ୟକ୍ତିର ଜୀବନରେ ଘୋର ଅନ୍ଧକାର ମାଡି ଆସେ। ହୁଏତ ଏହି କଥା ଶୁଣିଲା ପରେ ଆପଣମାନଙ୍କ ମନରେ ପ୍ରଶ୍ନ ଆସିପାରେ ଏହା ସତ୍ୟ ନା ମିଥ୍ୟା। ଏହା ଅନ୍ଧବିଶ୍ବାସ ନୁହେଁ ତ ? ଯଦି ଏପରି ଘଟେ ଏହା ପଛର କାରଣ କ’ଣ ? ବିଶ୍ୱାସ ଅନୁଯାୟୀ, ଥରେ ଭଗବାନ ଗଣେଶ ନିଜ ବାହନ ମୂଷକରାଜା ଉପରେ ବସି ପରିକ୍ରମାରେ ଯାଇଥିଲେ। ବାଟରେ ହଠାତ୍ ଏକ ସାପକୁ ଦେଖି ମୂଷକରାଜ ଭୟଭୀତ ହୋଇ ଡେଇଁପଡିଲେ ଏବଂ ଯାହା ଫଳରେ ଭଗବାନ ଶ୍ରୀ ଗଣେଶ ଭାରସାମ୍ୟ ହରାଇ ତଳେ ପଡ଼ିଗଲେ। ଏହି ଘଟଣା ଦେଖି ଚନ୍ଦ୍ରଦେବ ଖୁବ୍ ଜୋରରେ ହସିବାକୁ ଲାଗିଲେ।

Advertisement

ଏଥିରେ ଭଗବାନ ଗଣେଶ ରାଗିଗଲେ ଏବଂ ଚନ୍ଦ୍ରଙ୍କୁ ଅଭିଶାପ ଦେଲେ। ଭଗବାନ ଶ୍ରୀ ଗଣେଶ ନିଜ ଅଭିଶାପରେ କହିଲେ ଯେ, ଚତୁର୍ଥ ତିଥିରେ ଚନ୍ଦ୍ର କଳଙ୍କିତ ରହିବେ ଏବଂ ସେହି ଦିନ ଯଦି କେହି ଚନ୍ଦ୍ର ଦର୍ଶନ କରେ ତେବେ ସେହି ବ୍ୟକ୍ତିକୁ ମଧ୍ୟ ଅଭିଶାପ ଲାଗିବ। ସେହି ବ୍ୟକ୍ତିର ଜୀବନରେ ଘୋର ଅନ୍ଧକାର ମାଡି ଆସିବ। ତଥାପି ଯଦି ଆପଣ ଭୁଲବଶତଃ ଚନ୍ଦ୍ର ଦର୍ଶନ କରନ୍ତି, ତେବେ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ଭଗବାନ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରି ପାରନ୍ତି। ଏହା ଦ୍ବାରା ଆପଣ ସେହି ଅଭିଶାପରୁ ମୁକ୍ତି ପାଇଯିବେ। ଏହା ବ୍ୟତୀତ ଯଦି ଆପଣଙ୍କ ଜୀବନରେ ବା ପରିବାରରେ ସର୍ବଦା କିଛି ନା କିଛି ସମସ୍ୟା ଲାଗି ରହୁଥାଏ, ତେବେ ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ସ୍ଥାପନା କରି ପୂଜା କରିପାରିବେ । ଏହା ସହ ଓମ୍ ଙ୍ଗ ଙ୍ଗୌ ଗଣପତୟ ବିଘ୍ନ ବିନାଶନେ ସ୍ବାହା ମନ୍ତ୍ର ୨୧ ଥର ଜପ କରିପାରିବେ। ଏହା ଦ୍ବାରା ଭଗବାନ ଶ୍ରୀ ଗଣେଶ ପ୍ରସନ୍ନ ହେବା ସହ ମନୋସ୍କାମନା ପୂରଣ କରନ୍ତି।

Leave a Reply

Your email address will not be published. Required fields are marked *