Pratidin TV

Odisha's Digital News Platform

(ଭିଡିଓ)ପୁଣି ଚର୍ଚ୍ଚାରେ ପ୍ରକୃତି : ବଲିଉଡ୍‌ରୁ ମିଳିଲା x-mas ଗିପ୍ଟ

1 min read

ଭୁବନେଶ୍ୱର : କିଛି ଦିନର ବ୍ରେକ ରେ ଲାଇମଲାଇଟକୁ ଫେରିଛନ୍ତି ପ୍ରକୃତି ମିଶ୍ର । ବଡ଼ ବ୍ୟାନରର କନସର୍ଟରେ ଆସିବେ ନଜର । ବଡ଼ ଷ୍ଟାରଙ୍କ ସହ ଆସିବେ ନଜର । ଆଉ ତା ଆଗରୁ ମ୍ୟୁଜିକ ସୁପରଷ୍ଟାର ବାଦଶାହଙ୍କୁ ପ୍ରାମୋଟ କରିଛନ୍ତି ପ୍ରକୃତି ମିଶ୍ର । ଆଉ ନିଜ ଇଷ୍ଟଗ୍ରାମରେ କରିଛନ୍ତି ଭିଡିଓ ପୋଷ୍ଟ। ଯେଉଁଥିରେ ଗୋଟିଏ ଷ୍ଟେଜରେ ନଜର ଆସିଛନ୍ତି ପ୍ରକୃତି ଆଉ ବାଦଶାହ ।ବି ଟାଉନର ବଡ଼ କଳାକାର ତଥା ସିଙ୍ଗର ବାଦଶହ । ସେ ଅନେକ ବଡ଼ ବଡ଼ ଆଲବମ କରିଛନ୍ତିଂ । ଆଗକୁ ନ୍ୟୁୟର ଆସୁଥିବାରୁ କରିବେ ବଡ଼ ଶୋ । ଏହି ସୋ ପାଇଁ ମିଳେନି ଟିକେଟ । ନିରାଶ ହୁଅନ୍ତି ଅନେକ । କିନ୍ତୁ ବାଦଶାହଙ୍କ କନସର୍ଟ ପାଇଁ ଟିକେଟ ହାତେଇଛନ୍ତି ପ୍ରକୃତି । ନିଜେ ବାଦଶାହ ତାଙ୍କୁ ଦେଇଛନ୍ତି ଏଣ୍ଟ୍ରି ପାସ । ଯାହାର ଭିଡିଓ ସେୟାର କରିଛନ୍ତି ପ୍ରକୃତି ମିଶ୍ର ।

ଇନଷ୍ଟାଗ୍ରାମରେ ପ୍ରକୃତିଙ୍କ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଏକ ପିଙ୍କ କଲର ଡ୍ରେସ ପିନ୍ଧିଛନ୍ତି ।ଆଉ କ୍ରିସ ମାସ ଆସୁଥିବାରୁ ସାନ୍ତା କ୍ଲଜକୁ ମାଗୁଛନ୍ତି ଉଇସ । ଆଉ ଉଇସରେ ସେ ମାଗୁଛନ୍ତି ବାଦଶହଙ୍କ ସୋର ଟିକେଟ ।
ଏତିକି ବେଳେ ହଠାତ ସେଠାରେ ପହଞ୍ଚୁଛନ୍ତି ନିଜେ ବାଦଶାହ । ସାନ୍ତା ଉଇସ ପୁରା କଲେ ବୋଲି କହୁଚନ୍ତି ଏହି ସୁପରଷ୍ଟାର । ଆଉ ପ୍ରକୃତିଙ୍କ ହାତକୁ ବଢ଼ାଇ ଦେଉଛନ୍ତି ଟିକେଟ । ଏହା ଦେଖି ଖୁସି ହେଇ ଯାଉଛନ୍ତି ପ୍ରକୃତି । ପରେ ଉଭୟ ଏକ ଗୀତରେ ଡ୍ୟାନ୍ସ କରୁଥିବା ମଧ୍ୟ ନଜର ଆସିଛି । କିଛି ଏମିତି କରି ବାଦଶାହଙ୍କୁ କରିଛନ୍ତି ପ୍ରାମୋଟ ।

Advertisement

ତେବେ ନିକଟରେ ପ୍ରକୃତି ନିଜ ଅପକମିଙ୍ଗ୍ ଫିଲ୍ମ ‘କଫିସପ୍‌କୁ’ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ । ଫିଲ୍ମର ମହୁରତ ପାଇଁ ଭୁବନେଶ୍ୱର ଆସିଥିଲେ ପ୍ରକୃତି । ଆଉ ସେଠାରେ ଗଣମାଧ୍ୟମ ଆଗରେ ନିଜ ମୁହଁ ଖୋଲିଥିଲେ ପ୍ରକୃତି ।ଯାହାକୁ ନେଇ ସେ କିଛି ଦିନ ହେବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗଣମାଧ୍ୟମର ପ୍ରଶ୍ନରେ ସେ ଉତ୍ତର ରଖି କହିଥିଲେ ଯେ ମୋ ମୁଣ୍ଡରେ ଜଗାର ହାତ ଅଛି । ହେଟର୍ସ ଆଇ ଡୋଣ୍ଟ କେୟର । ଏହାପରେ ବାବୁଶାନଙ୍କୁ ନେଇ ତାଙ୍କୁ ଯେତେବେଳେ ପ୍ରଶ୍ନ ପଚରାଯାଇଥିଲା । ସେ କହିଥିଲେ ଯେ ମୁଁ ମୋ ଲାଇଫ୍ ରେ ବୋହୁତ ଦୁଃଖ ସମୟ ଦେଖିଛି । ମିଛ ଅପବାଦ ମଧ୍ୟ ସହିଛି । କିନ୍ତୁ ଏ ପ୍ରକୃତି ହାରମାନିନି । ବରଂ ଆହୁରି ଷ୍ଟ୍ରଙ୍ଗ୍ ହୋଇଯାଇଛି ।

https://www.instagram.com/reel/CmaywHCqbKG/?utm_source=ig_web_copy_link

Leave a Reply

Your email address will not be published. Required fields are marked *