Pratidin TV

Odisha's Digital News Platform

ରେଳ ବ୍ରିଜ୍ ଉପରେ ଛିଡ଼ା ହୋଇ ବନ୍ୟା ସ୍ଥିତି ସମୀକ୍ଷା କରୁଥିଲେ ମୁଖ୍ୟମନ୍ତ୍ରୀ , ହଠାତ୍ ମାଡିଆସିଲା ଟ୍ରେନ୍ …

1 min read

ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆଜି ସକାଳ ସମୟରେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଏଭଳି ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।

ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ରେଳ ବ୍ରିଜ୍ର ଫୁଟ୍ ପାଥ୍ ଉପରେ ଠିଆ ହୋଇ ବନ୍ୟା ସ୍ଥିତିର ସମୀକ୍ଷା ଓ ଆଲୋଚନା କରୁଥିଲେ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସୁରକ୍ଷାକର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଠିକ୍ ସେହି ମସୟରେ ହଠାତ୍ ରେଳ ବ୍ରିଜ୍ରେ ଏକ ଯାତ୍ରୀବାହୀ ଟ୍ରେନ୍ ମାଡି ଆସିଥିଲା। କେହି କିଛି ବୁଝିବା ଆଗରୁ ଟ୍ରେନ୍ ଆଗକୁ ମାଡ଼ି ଚାଲିଥିଲା କିଛି କ୍ଷଣ ପାଇଁ ସମସ୍ତେ ଆଚମ୍ବିତ ହୋଇ ଯାଇଥିଲେ । କାରଣ ମାତ୍ର ସୂତାଖିଅରେ ହିଁ ସେ ସମସ୍ତଙ୍କ ଜୀବନ ବଞ୍ଚିଯାଇଥିଲା । ରେଳ ଧାରଣାର ନିକଟରେ ଠିଆ ହୋଇଥିବାରୁ କେଉଁ ସମୟରେ ବି ସେମାନଙ୍କୁ ଟ୍ରେନ୍ ଟାଣୀନେବାର ଆଶଙ୍କା ଥିଲା । ମାତ୍ର ନିଜ ବୁଦ୍ଧି ଖଟାଇ ସମସ୍ତେ ରେଳ ବ୍ରିଜ୍‌ର ବାଡା ସହ ଲାଗିକରି ରହିଯାଇଥିଲେ । ଯାହା ଫଳରେ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କ ଜୀବନ ରକ୍ଷା ପାଇଥିଲା ।

ଆଉ ଏହି ଘଟଣାକୁ ନେଇ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ନୁହଁ ବରଂ ପୁରା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଯଦି ରେଳ ବ୍ରିଜ୍ ଉପରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା କରୁଥିଲେ । ତେବେ ପୂର୍ବରୁ ରେଳ ବିଭାଗ ପାଖରେ ଏ ନେଇ ସୂଚନା ରହିବା କଥା ଆଉ ଏ ପ୍ରତି ରେଳ ବିଭାଗ ସଚେତନ ରହିବା କଥା । ନଚେତ୍ ରେଳକୁ ଆଗକୁ ନ ବଢ଼ିବା ପାଇଁ ରେଡ୍ ଫ୍ଲାଗ ଦେଖାଯିବା କଥା । କିନ୍ତୁ ସେ ସମୟରେ ଏଭଳି କିଛି ଘଟିନଥିଲା । ବରଂ ମୁଖ୍ୟମନ୍ତ୍ରୀ ନିଜେ ନିଜ ଜୀବନ ବଞ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟି କେମିତି ହେଲା ତାକୁ ନେଇ ଜୋର ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *