Pratidin TV

Odisha's Digital News Platform

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁଜିତ୍ କୁମାର । ତୁରନ୍ତ ଦଳରୁ ବହିଷ୍କାର କଲେ ନବୀନ ..

1 min read

ବିଜେଡିକୁ ବଡ ଝଟ୍‌କା , ପୁଣି ରାଜ୍ୟ ସଭା ସାଂସଦ ପଦରୁ ଇସ୍ତଫା ଦେଲେ ଆଉ ଜଣେ ବିଜେଡି ନେତା । ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁଜିତ୍ କୁମାର । ଆଉ ଏହାର କିଛି ସମୟ ପରେ ତୁରନ୍ତ ନବୀନ ମଧ୍ୟ ତାଙ୍କୁ ଦଳରୁ ବହିଷ୍କାର କରିଥିବା ସୂଚନା ମିଳୁଛି । ଯାହା ରାଜ୍ୟର ରାଜନୀତିରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨ ଏପ୍ରିଲ ୨୦୨୬ ଯାଏଁ ଥିଲା । ହେଲେ ସେ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି । ଦଳ ବିରୋଧି କାମ ପାଇଁ ନବୀନ ତାଙ୍କୁ ଆଜି ଦଳରୁ ତୁରନ୍ତ ବହିଷ୍କାର କରିଛନ୍ତି ।

Advertisement

ଅନ୍ୟପଟେ ମମତା ମହନ୍ତଙ୍କ ପରେ ବିଜେଡିର ୨ୟ ସାଂସଦ ଭାବେ ସୁଜିତ୍ କୁମାର ସାଂସଦ ପଦ ଛାଡିଛନ୍ତି । ଅନ୍ୟପଟେ ସୁଜିତ କୁମାର ବିଜେପିରେ ଖୁବଶୀଘ୍ର ମିଶିବେ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛିା

Leave a Reply

Your email address will not be published. Required fields are marked *