Pratidin TV

Odisha's Digital News Platform

କ୍ୟାନ୍ସର ପରେ ଏବେ ଆଉ ଏକ ରୋଗରେ ପୀଡିତ ହେଲେ ହିନା ..

ଟେଲିଭିଜନ ର ଚର୍ଚ୍ଚିତ ଅଭିନେତ୍ରୀ ମାନଙ୍କ ମଧ୍ୟରେ  ଅଭିନେତ୍ରୀ ହିନା ଖାନ ମଧ୍ୟ ଅନ୍ୟତମ  |  ହେଲେ ସେ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି  | ଏବେ ଅଭିନେତ୍ରୀ ସ୍ତନ କର୍କଟରେ ପୀଡିତ ଅଛନ୍ତି। ଏଥିପାଇଁ ହିନା ଖାନଙ୍କୁ କେମୋଥେରାପି ନେବାକୁ ପଡ଼ୁଛି। କର୍କଟ ଚିହ୍ନଟ ହେବା ପରେ ନିଜର ସ୍ୱାସ୍ଥ୍ୟ ସମ୍ବଧୀୟ ସବୁ ଅପଡେଟ  ନିଜ ପ୍ରଶଂସକଙ୍କ ସହ ସେୟାର କରି ଆସୁଛନ୍ତି। ଏବେ ନିଜର ଏକ ନୂଆ ପୋଷ୍ଟରେ ସେ ତାଙ୍କ ନୂଆ ରୋଗ ବିଷୟରେ କହିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ସେ ଏକ ନୂତନ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନାଦେଇଛନ୍ତି ।

ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସେ ପ୍ରକାଶ କରିଛନ୍ତି ଯେ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ସେ ମ୍ୟୁକୋସାଇଟିସରେ ପୀଡିତ ଅଛନ୍ତି। ହିନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, “କେମୋଥେରାପିର ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ମ୍ୟୁକୋସାଇଟିସ । ତଥାପି, ମୁଁ ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରୁଛି। ଯଦି ଆପଣଙ୍କ ମଧ୍ୟରୁ କେହି ଏହି ରୋଗର ଶିକାର ହୋଇଛନ୍ତି କିମ୍ବା କୌଣସି ଉପଯୋଗୀ ପ୍ରତିକାର ଜାଣିଛନ୍ତି ତେବେ ଦୟାକରି ଜଣାନ୍ତୁ । ଏହି ରୋଗ ହେଲେ ଖାଦ୍ୟ ଖାଇବା କଷ୍ଟକର ହୋଇପଡେ । ଆପଣଙ୍କ ପରାମର୍ଶ ମୋତେ ସାହାଯ୍ୟ କରିବ। “

Leave a Reply

Your email address will not be published. Required fields are marked *