Pratidin TV

Odisha's Digital News Platform

କେଉଁଠୁ ପୁରୀ କୁ ଭାସି ଆସିଥିଲା କଣ୍ଟେନର ? ମିଳିଲା ଠିକଣା …

1 min read

କେଉଁଠୁ ଆସିଥିଲା କଣ୍ଟେନର । ମିଳିଲା କଣ୍ଟେନରର ଠିକଣା । ପୁରୀ ବେଳାଭୂମିରେ ଭାସି ଆସିଥିବା ଜଣା କଣ୍ଟେନର ର ମିଳିଲା ପରିଚୟ। ପୁରୀ ବେଳାଭୂମିରୁ ଠାବ ହୋଇଥିବା କଣ୍ଟେନର୍ ଇଣ୍ଡୋନେସିଆ ଜାହାଜର ବୋଲି ସୂଚନା ମିଳିଛି । ସେଠାକାର କୋଷ୍ଟଗାର୍ଡ, କମ୍ପାନୀ ମାଲିକ, ଗୁଇନ୍ଦା ସହ ଯୋଗାଯୋଗ କରାଯାଉଛି। ୩ ଦିନ ତଳେ ସାତଭାୟାରୁ ସମାନ କମ୍ପାନୀର ୨ଟି କଣ୍ଟେନର୍ ମିଳିଥିଲା। ତେଣୁ ଏ କଣ୍ଟେନର ବି ତାଙ୍କର ବୋଲି ଏସଡିପିଓ କହିଛନ୍ତି ।

ତେବେ ଆଜି ସକାଳୁ ସକାଳୁ କଣ୍ଟେନରଟି ପେଣ୍ଠକଟା ବେଳାଭୂମି କୂଳରେ ଲାଗିଥିବା ବେଳେ କଣ୍ଟେନରରେ ମହମବତୀ ଥିବା ଦେଖିବାକୁ ମିଳିଛି। କିଛି ମତ୍ସ୍ୟଜୀବୀମାନେ କଣ୍ଟେନର ଭିତରୁ ମହମବତୀ ପାଇଥିବା ମଧ୍ୟ କହିଥିଲେ। ଯାହାକୁ ନେଇ ସନ୍ଦେହ ବଢିଥିଲା। ତେବେ କଣ୍ଟେନରଟି ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଏନେଇ କୋଷ୍ଟଗାର୍ଡ ସହ ଆଲୋଚନା ପରେ ପ୍ରୋଟକଲ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ କଣ୍ଟେନର ନିକଟକୁ ମେରାଇନ୍ ଥାନା ଅଧିକାରୀଙ୍କ ସମେତ ସଦର ଏସପିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାର ସ୍ଥିତି ଯାଞ୍ଚ କରିଛନ୍ତି। ତେବେ କଣ୍ଟେନରକୁ ରସିରେ ବନ୍ଧା ଯାଇଥିବା ବେଳେ ଏହାକୁ ଖୋଲିବା ପାଇଁ ଫରେଷ୍ଟ,, ଫିସରି ଓ କୋଷ୍ଟଗାର୍ଡ ଅଧିକାରୀଙ୍କ ସହ ଆଲୋଚନା କରାଯାଉଥିବା କହିଛନ୍ତି ସଦର ଏସଡିପିଓ।

Advertisement

Leave a Reply

Your email address will not be published. Required fields are marked *