Pratidin TV

Odisha's Digital News Platform

ଧୋକା ଦେଲା ପ୍ରେମିକ : ଅବିବାହିତ କହି ଯୁବତୀଙ୍କ ସହ କୁକର୍ମ ପରେ ଗର୍ଭପାତ ଅଭିଯୋଗ …

1 min read

ପ୍ରେମ  ସମ୍ପର୍କ ପ୍ରତାରଣା   l ନିଜକୁ ଅବିବାହିତ କହି ଜଣେ ଯୁବତୀଙ୍କ ସହିତ ସମ୍ପର୍କ ରଖିଲେ  l ପରେ ବେଆଇନ ଭାବେ ଗର୍ଭପାତ କରିଦେଲେ l   ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ାରୁ  ଯାହା ଚାରିଆଡେ  ଚାଞ୍ଚଲ୍ୟ ସୃଷ୍ଟି କରିଛି l  କେନ୍ଦ୍ରାପଡା ର ଜଣେ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ   ପରେ ଘଟଣାକୁ ଲୁଚାଇବା ପାଇଁ ବେଆଇନ ଭାବେ  ଗର୍ଭପାତ କଲେ  l ତେବେ ଏହି ଘଟଣାରେ କେନ୍ଦ୍ରାପଡା ସଦର ପୋଲିସ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି l ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ମଠସାହିର ପରେଶ ବାରିକଙ୍କ ସମେତ, ଗର୍ଭପାତ କରିଥିବା କଟକର ଏକ ନର୍ସିଂହୋମର ୮ ଜଣ ଗିରଫ ହୋଇଛନ୍ତି l

ଗିରଫ ଅଭିଯୁକ୍ତ ମାନେ ହେଲେ ୩ ମହିଳାଙ୍କ ସମେତ ବିଶ୍ୱଜିତ୍ ଦତ୍ତ, ଭବାନୀ ଶଙ୍କର ଦାସ, ନିଜିତ ମହାପାତ୍ର, ପ୍ରିୟବ୍ରତ ସେନାପତି, ନିର୍ଲିପ୍ତ ରଞ୍ଜନ ଦାସ l ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁଯାଇ ପୂର୍ବରୁ ବିବାହିତ ପରେଶ ବାରିକ ନିଜ ବିବାହ କଥା ଗୋପନ ରଖି ଶାରୀରିକ ସମ୍ପର୍କ ରଖିଥିଲା l ଯୁବତୀ ଗର୍ଭବତୀ ବୋଲି ଜଣାପଡ଼ିବା ପରେ ପରେଶ ତାଙ୍କୁ କଟକ ନେଇ ମାଲଗୋଦାମ ଥାନା ଅନ୍ତର୍ଗତ ହେଲଥ୍ ହୋମ ନର୍ସିଂହୋମ ରେ ତାଙ୍କର ବେଆଇନ୍ ଗର୍ଭପାତ କରିଥିଲା l ଏହି ଘଟଣାପରେ ପୀଡିତା ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଡିଏସ୍ପି ସରିତା ମହାପାତ୍ର ଘଟଣାର ତଦନ୍ତ କରି  ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ l ଏହି ଘଟଣାରେ ଯୁବତୀଙ୍କୁ ମାଡ ମାରିଥିବା ମୁଖ୍ୟ ଅଭିଯୁକ୍ତ ପରେଶ ର ପରିବାର ଲୋକଙ୍କୁ ପୋଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି   l

Advertisement

Leave a Reply

Your email address will not be published. Required fields are marked *