Pratidin TV

Odisha's Digital News Platform

ବାଲୁକା କଳାରେ ଫଳ ଗଣେଶ : ଗଣେଶ ପୂଜାର ଶୁଭେଚ୍ଛା ଜଣାଇ ଶାନ୍ତିର ବାର୍ତ୍ତା ଦେଲେ ପଦ୍ମଶ୍ରୀ ସୁଦର୍ଶନ ..

1 min read

ଆଜି ଗଣେଶ ଚତୁର୍ଥୀ, ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଏବଂ ପୂଜା ମଣ୍ଡପରେ ମହାସମାରୋହରେ ଆୟୋଜିତ ହୋଇଛି ପୂଜା । ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ । ପ୍ରମୁଖ ସହରରେ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ଲାଗି ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିଛି । ପୂଜା ପାଇଁ ବିଦ୍ୟାଳୟ ଗୁଡ଼ିକରେ ରଙ୍ଗୀନ ସାଜସଜ୍ଜା ହୋଇଛି । ଆଜି ଗଜାନନ ଙ୍କ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପୁରୀ ନୀଳାଦ୍ରି ବୀଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ସୁଦର୍ଶନ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ପୁରୀ ନୀଳାଦ୍ରି ବିଚରେ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି। ଏଠାରେ ଆକର୍ଷଣୀୟ କଥା ହେଉଛି ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ର କଳା ବିଭିନ୍ନ ଫଳ ଦ୍ୱାରା ସଜା ଯାଇଛି। ପ୍ରଭୁ ଗଣେଶଙ୍କ ମୁକୁଟରେ ବିଭିନ୍ନ ପ୍ରକାରର ଫଳ ସୁନ୍ଦର ଭାବେ ସଜ୍ଜା ଯାଇଛି। ବାଲୁକା କଳାରେ ୨୦ ପ୍ରକାରର ଫଳକୁ ବ୍ୟବହାର କରି ସୁନ୍ଦର ଗଜାନନଙ୍କ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏହି ସୁନ୍ଦର କଳାକୃତିକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ବିଶ୍ୱରେ ଶାନ୍ତି ବଜାୟ ରଖିବା ଲାଗି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି। ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ପବିତ୍ର ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଆମେ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଛା ଜଣାଇଛୁ । ଏଥି ସହିତ ବିଶ୍ଵ ଶାନ୍ତି ପାଇଁ ଆମେ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛୁ।”

Advertisement

Leave a Reply

Your email address will not be published. Required fields are marked *